ଉପକରଣ ସଫା କରିବା ଆଳରେ ଲୁଟ୍ ! ରାଜଧାନୀରେ ଘରେ ପସି ଦିନ ଦ୍ୱିପ୍ରହରରେ କଳାକନା ବୁଲାଇଲେ ଲୁଟେରା

27

କନକ ବ୍ୟୁରୋ : ସହିଦନଗର ଭୁବନେଶ୍ୱର । ସମୟ ଦିନ-୧୧ଟା । ଘର ଚଟାଣ ଓ ଘରୋଇ ଉପକରଣ ସଫା କରିବାକୁ ସହୀଦ ନଗର ସବିତା ସାହୁଙ୍କ ଘରେ ପହଁଚିଥିଲେ ଦୁଇଜଣ ଯୁବକ । ଦେଖେଇଥିଲେ ଆକର୍ଷଣୀୟ ପ୍ରଲୋଭନ । ଆଉ ସୁନା ଗହଣା ସଫା କରିବାକୁ କହି ସବିତାଙ୍କୁ ମାଗିଥିଲେ ତାଙ୍କ ସୁନା ଅଳଙ୍କାର । ଆଉ ଲୁଟେରାଙ୍କ ମାୟା ଜାଲରେ ଫସିଯାଇଥିଲେ ମହିଳା ଜଣଙ୍କ ।

ସୁନା ଗହଣା ଆଣିବା ପରେ ଏକ ନାଲିରଙ୍ଗର କେମିକାଲ ପ୍ରୟୋଗ କରିଥିଲେ ଲୁଟେରା । ଯେଉଁଥିରେ ନିଜର ହୋସ ହରେଇ ବସିଥିଲେ ସବିତା । ସûମାନ୍ୟ ଚେତା ଥିଲେ ବି ସେ କିଛି ବୁଝି ପାରୁନଥିଲେ । ଆଉ ଅତି ସହଜରେ ଘରେ କଳାକନା ବୁଲାଇ ଛୁ ମାରିଥିଲେ ଦୁବୃðତ ।

ସବୁଠାରୁ ଆଶ୍ଚର୍ଯ୍ୟ ଜନକ ଥିଲେ ଲୁଟେରାଙ୍କ ମାଷ୍ଟରପ୍ଲାନ । ଦୁର୍ବୃତ ଗହଣା ସଫା କରିବା ପାଇଁ ଏକ ପ୍ରେସରକୁକରରେ ହଳଦୀ ପାଣିରେ ସୁନାଗହଣାକୁ ଗରମ କରିବାକୁ କହିଥିଲେ । ଆଉ ମହିଳାଙ୍କ ଉପରେ କେମିକାଲ ପ୍ରୟୋଗ କରି ଚତୁରତାର ସହ ପ୍ରେସରକୁକରରୁ କାଢି ନେଇଥିଲେ ଗହଣା ।

ପ୍ରାୟ ଘଂଟାଏ ପରେ ସବିତାଙ୍କ ଚେତା ଫେରିଲା । ସେତେବେଳକୁ ଗ୍ୟାସ ଉପରେ ପ୍ରେସରକୁକର ଥିଲା । ହେଲେ ଗାୟବ ହୋଇଯାଇଥିଲା ସବୁ ସୁନାଗହଣା । ଲୁଟେରା ଲୁଟି ନେଇଥିଲେ ପ୍ରାୟ ୪ଲକ୍ଷ ଟଙ୍କାର ସୁନା ଗହଣା ।
ରାଜଧାନୀରେ କେମିକାଲ ବ୍ୟବହାର କରି ଲୁଟ ଘଟଣା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି । ଆଉ ପୁରା ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।