ଲଣ୍ଡନସ୍ଥିତି ଗ୍ଲୋବାଲ ହେଲଥ ଏଜେନ୍ସି ଏୟାରଫିନିଟିର ଆକଳନ । ଜାନୁଆରୀ ପ୍ରଥମ ସପ୍ତାହରେ ପ୍ରତିଦିନ ସଂକ୍ରମିତ ହୋଇପାରନ୍ତି ୩କୋଟି ୭୦ଲକ୍ଷ ଲୋକ

80

କନକ ବ୍ୟୁରୋ : ଆଗକୁ ଆହୁରି ଅଧିକ ବିଗିିଡିବ ଚୀନରେ କରୋନା ସ୍ଥିତି । ଚୀନର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଆଗାମୀ ସପ୍ତହାରୁ ଚୀନର ପ୍ରତ୍ୟେକ ଦିନ ଭାରି ପଡିପାରେ । କାରଣ ପ୍ରତ୍ୟେକ ଦିିନ ୩କୋଟି ୭୦ଲକ୍ଷ ଲୋକ ସଂକ୍ରମିତ ହେବା ଆଶଙ୍କା ରହିଛି । ଗୁରୁବାର ଚୀନ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉଚ୍ଚସ୍ତରୀୟ ବୈଠକ ବସିଥିଲା । ବୈଠକରେ କୁହାଯାଇଛି ଯେ ଡିସେମ୍ବର ମାସର ପ୍ରଥମ ୨୦ଦିନରେ ଦେଶରେ ଅତିକମରେ ୨୪କୋଟି ୮୦ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇସାରିଲେଣି । ଅର୍ଥାତ ଦେଶର ୧୮ ପ୍ରତିଶତ ଲୋକ ସଂକ୍ରମିତ ହୋଇସାରିଲେଣି ।

ସବୁଠୁ ବଡ କଥା ହେଉଛି ଏବେ ସୁଦ୍ଧା ଚୀନରେ କରୋନାର ଏହା ସବୁଠୁ ଦ୍ରୁତି ସଂକ୍ରମଣ ଅଟେ । ୨୪ଘଂଟା ଭିତରେ ୯ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଲଣ୍ଡନର ଗ୍ଲୋବାଲ ହେଲଥ ଇଂଲେନେଜିସନି । ଅନ୍ୟପଟେ ଚୀନରେ ପ୍ରକୃତରେ କେତେ ସଂଖ୍ୟକ ମୃତ୍ୟୁ ହେଉଛି ସେକଥା ସରକାର ଲୁଚାଉଥିବା ଅଭିଯୋଗ ହୋଇ ଆସୁଛି । ଚୀନ ସରକାର ଦେଶରୁ ଜିରୋ କୋଭିଡ ନୀତି ହଟାଇବା ପରେ ଦେଶର ସ୍ଥିତି କଣ ରହିଛି ଏହାକୁ ସାରା ବିଶ୍ୱ ଦେଖୁଛି । ଅନ୍ୟପଟେ ଜାନୁଆରୀ ୮ ତାରିଖରେ ଚୀନର ସମସ୍ତ ସିଲ ସୀମା ଖୋଲାଯିବ, କ୍ୱାରେଟିଂନ ହଟାଯିବ ଓ ଆରଟିପିସିଆର ଟେଷ୍ଟ କରାଯିବନି ବୋଲି ଜିନପିଙ୍ଗ ସରକାର ଘୋଷଣା କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଚୀନରେ ସଂକ୍ରମଣ ଏତେ ଦ୍ରୁତି ଗତିରେ କାହଁକି ବ୍ୟାପୁଛି? ପ୍ରକୃତରେ କେତ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି? ଚୀନର କେବଳ ବିଏଫ ସେଭେନ ଓମିକ୍ରନ ସବଭ୍ୟାରିଆଣ୍ଟ ରହିଛି ନା ନୂଆ ଭୁତୋଣୁ ଯୋଗୁଁ ଏଭଳି ସ୍ଥିତି ହେଉଛି ।