ବିନା ଲାଇସେନ୍ସରେ ଚାଲିଛି ମଦବିକ୍ରୀ। ଅବଧି ସରିଲା ପରେ ବି ହୋଇପାରୁନି ନବୀକରଣ।

333

କନକ ବ୍ୟୁରୋ: ରାଜ୍ୟସାରା ଏ ଯାଏଁ ମଦ ଦୋକାନୀଙ୍କ ଲାଇସେନ୍ସ ନବୀକରଣ ହୋଇନାହିଁ । ତାସତ୍ତେ୍ୱ ଶତାଧିକ ବାର, ପବ ଓ ତାରକା ହୋଟେଲରେ ବେଆଇନ ଭାବେ ମଦ ବିକ୍ରୀ ଚାଲିଛି । ଭୁବନେଶ୍ୱୂରର ବିଭିନ୍ନ ସ୍ଥାନରେ ରିଏଲଟି ଚେକ କରିବା ପରେ ସାମ୍ନାକୁ ଆସିଛି ଏଭଳି ତଥ୍ୟ । ମାର୍ଚ୍ଚ ୩୧ ପରେ ଲାଇସେନ୍ସ ନବୀକରଣ ହୋଇନଥିବାରୁ ୬ ଦିନ ହେଲା ବେଆଇନ ଭାବେ ମଦ ବିକ୍ରୀ ଚାଲିଛି । ବ୍ୟବସାୟୀ ବି ଡିପୋରୁ ମଦ ଉଠାଇପାରୁନାହାନ୍ତି । ଫଳରେ ଏହା ବ୍ଲାକ ମାର୍କେଟିଂକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି । ଆଉ ଏହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ବ୍ୟବସାୟୀ ଲାଇସେନ୍ସ ନବୀକରଣ ପାଇଁ ଅନଲାଇନରେ ଆବେଦନ କରିସାରିଛନ୍ତି ।

-ନୂଆ ଅବକାରୀ ନୀତିରେ ପ୍ରତି ବ୍ୟବସାୟୀଙ୍କ ପାଇଁ ଏମଜିକ୍ୟୁ ବା ସର୍ବନିମ୍ନ ନିଶ୍ଚିତ କୋଟା ଧାର୍ଯ୍ୟ ହୋଇଛି
-ଏମଜିକ୍ୟୁ ନ ମିଳିଲେ ଲାଇସେନ୍ସ ନବୀକରଣ ହୋଇପାରିବ ନାହିଁ
-ବ୍ୟବସାୟୀଙ୍କ ଲାଇସେନ୍ସ ମାର୍ଚ୍ଚ ୩୧ରେ ସରିଯାଇଛି
– ଲାଇସେନ୍ସ ନବୀକରଣ ହୋଇନଥିବାରୁ ମଦ ଉଠାଇପାରୁନାହାନ୍ତି ବ୍ୟବସାୟୀ

ଆଉ ଏହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । କିଛି ସ୍ଥାନରେ ବେଆଇନ ମଦ ବିକ୍ରୀ ଚାଲିଛି । ଆଉ କିଛି କାଉଣ୍ଟରରେ ମଦ ନାହିଁ ବୋଲି କୁହାଯାଉଛି । କିନ୍ତୁ ଅଧିକ ଟଙ୍କା ଦେଲେ ମଦ ମିଳିଯାଉଛି ।

ରାଜଧାନୀରେ ଏବେ ୫୭ଟି ଅଫସପ୍ ଲାଇସେନ୍ସଧାରୀ ଅଛନ୍ତି । ବାର, ପବ ଓ ତାରକା ହୋଟେଲକୁ ୧୧୩ ଲାଇସେନ୍ସ ଦିଆଯାଇଛି । ଏଭଳି ୧୭୦ ସ୍ଥାନରେ ମଦ ବିକ୍ରୀ ପାଇଁ ଅନୁମତି ଅଛି । ଗତ ଆର୍ଥିକ ବର୍ଷରେ କେତେକ ବ୍ୟବସାୟୀ ଏମଜିକ୍୍ୟୁ ହାସଲ କରିପାରିନଥିଲେ । ଫଳରେ ସେମାନଙ୍କ ଲାଇସେନ୍ସ ନବୀକରଣ ହୋଇପାରିନଥିଲା । ଅବକାରୀ ଅଧିକାରୀ ଏପ୍ରିଲ ପହିଲାରେ ହିଁ ଏହି ମଦ କାଉଣ୍ଟର ବନ୍ଦ କରିଦେଇଥିଲେ । ଏବେ ୬ ଦିନ ବିତିଯାଇଥିବେ ବି ଲାଇସେନ୍ସ ନବୀକରଣ ହୋଇନାହିଁ । ସୂଚନା ଅନୁସାରେ, ଏହି ଖବର ନଜରକୁ ଆସିବା ପରେ ତରବରିଆଭାବେ ଏବେ ନବୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।