ଲିଙ୍ଗରାଜଙ୍କ ମନ୍ଦିର ଚତୁପାର୍ଶ୍ୱରେ ନବୀକରଣ କାମ ଆରମ୍ଭ । ବୃକ୍ଷ ଓ ଆଲୋକମାଳାରେ ସଜାଇ ହେଉଛି ଲିଙ୍ଗରାଜ ଚତୁପାର୍ଶ୍ୱ

101

କନକ ବ୍ୟୁରୋ : ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଚତୁପାର୍ଶ୍ୱରେ ଏବେ ନବୀକରଣ କାମ ଆରମ୍ଭ ହୋଇଛି । ସୁନ୍ଦର ବୃକ୍ଷ ଓ ଆଲୋକମାଳାରେ ସଜେଇ ହେଉଛି ଲିଙ୍ଗରାଜଙ୍କ ଚତୁପାର୍ଶ୍ୱ । ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଲିଙ୍ଗରାଜଙ୍କ ଚାରିପଟର ପରିବେଶ ଦେଖି ବିମୋହିତ ହେଉଛନ୍ତି । ବିଶେଷକରି ମନ୍ଦିର ଆଗରେ ଲୁଚିଯାଇଥିବା ଦେବୀ ପାଦହରା ପୁଷ୍କରିଣୀ ଅନେକଙ୍କୁ ଆକୃଷ୍ଟ କରୁଛି ।

ଦେବୀପାଦହରା ବା ଦେଓପା ପୋଖରୀ ଭିତରେ ରହିିଛି ପାହାଚ ପରେ ପାହାଚ । ଏବଂ ଏହା ସହିତ ରହିଛି ପୋଖରୀ ଭିତରେ ୧୦୮-ଲିଙ୍ଗଯୁକ୍ତ ଛୋଟ ଛୋଟ ମନ୍ଦିର । ଆଗରୁ ମନ୍ଦିର ଚାରିପେଟ ଅନେକ ସ୍ଥାନ ଜବରଦଖଲ ହୋଇଥିବା ବେଳେ ଏବେ ତାହା ମୁକ୍ତ ହୋଇଛି । ଏବେ ମନ୍ଦିର ପାଇଁ ମାଷ୍ଟର ପ୍ଲାନ୍ ତିଆରି ଚାଲିଛି । ଆଗକୁ ପୁରୀ ଭଳି ଲିଙ୍ଗରାଜଙ୍କ କ୍ଷେତ୍ରକୁ ବି ହଜାର ହଜାର ପର୍ଯ୍ୟଟକ ଆସିବାକୁ ଆକୃଷ୍ଟ ହେବେ- ଏହା ଆଶା କରାଯାଉଛି ।