ପୁରୀ ବଳଙ୍ଗା ଏଏସଆଇଙ୍କ ବିରୋଧରେ ସଂଗୀନ ଅଭିଯୋଗ । ପାରିବାରିକ ମାମଲା ସମାଧାନ ନାଁରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଲେ ବିବାହିତା ମହିଳା

240

କନକ ବ୍ୟୁରୋ : ପୁଣି ଖାକିରେ ଲାଗିଛି ଦାଗ । ରକ୍ଷକ ସାଜିଛି ଭକ୍ଷକ । ପୁରୀ ଜିଲ୍ଲା ବଳଙ୍ଗା ଏଏସଆଇଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ପରି ସଂଗୀନ ଅଭିଯୋଗ । ପୀଡିତା ମହିଳା ଜଣକ ପିପିଲି ଏସଡିପିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଏକ ଘରୋଇ ବିବାଦ ନେଇ ହୋଇଥିବା ମାମଲାର ସମାଧନ ପାଇଁ କହି ଏଏସଆଇ ଜଣକ ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିଲେ ।

ତେବେ ମହିଳା ଜଣଙ୍କୁ ସେ ବାରମ୍ବାର ମାନସିକ ଓ ଶାରିରୀକ ଭାବେ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି ହେଉଛି । ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ସୂଚନା ମିଳିଛି ।