ବୌଦ୍ଧ ମହୋତ୍ସବ : ଭିଡିଓ କନଫରେନ୍ସ ମାଧ୍ୟମରେ ଉତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

108

କନକ ବ୍ୟୁରୋ : ଆରମ୍ଭ ହୋଇଛି ବୌଦ୍ଧ ମହୋତ୍ସବ । ଲୋକସେବା ଭବନରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ମହୋତ୍ସବର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମହୋତ୍ସବ ଜିଲ୍ଲା ଓ ରାଜ୍ୟରେ କଳାର ପ୍ରସାର କରିବାରେ ସଫଳ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ବର୍ଷ ଅବସରରେ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ବୌଦ୍ଧ ଜିଲ୍ଲା ପାଇଁ ୨୭ଟି ଭିତିଭୂମି ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ସମସ୍ତ ପ୍ରକଳ୍ପର ମୂଲ୍ୟ ୧୧୪ କୋଟି ଟଙ୍କା । ଏଥିରେ ରହିଛି ବୌଦ୍ଧ ସହର ପାନୀୟ ପ୍ରକଳ୍ପ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରର ଭିତିପ୍ରସ୍ତର ସ୍ଥାପନ । ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ୬୦ କୋଟି ଟଙ୍କା ଆକଳନ କରାଯାଇଛି । ନିର୍ଧାରିତ ସମୟରେ ଏହାର କାମ ଶେଷ ହୋଇ ଲୋକଙ୍କ ସେବାରେ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି ।