ଏହି ଗମ୍ଭୀର ରୋଗରେ ପୀଡିତ ବାଜପେୟୀ ? ଜାଣନ୍ତୁ ଏହାର ଲକ୍ଷଣ କଣ ଏବଂ କେମିତି କରିବେ ନିଜକୁ ରକ୍ଷା

95

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରେ ଲାଗିଛି । ଗତ ୯ ସପ୍ତାହ ଧରି ଏମ୍ସରେ ଚିକିତ୍ସିତ ହେଉଥିବା ବାଜପାୟୀଙ୍କ ଅବସ୍ଥା, ବିଗତ ୨୪ ଘଂଟା ଭିତରେ ଗମ୍ଭୀର ହୋଇ ପଡ଼ିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏମ୍ସ ପକ୍ଷରୁ ଜାରି ହେଲ୍ଥ ବୁଲେଟିନରେ କୁହାଯାଇଛି ଯେ, ବାଜପାୟୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି ଏବଂ ତାଙ୍କୁ ଲାଇଭ୍ ସପୋଟ୍ ସିଷ୍ଟମରେ ରଖାଯାଇଛି । କିଡନୀରେ ସଂକ୍ରମଣ, ଛାତି ଯନ୍ତ୍ରଣା, ପରିଶ୍ରାର ପରିମାଣ ମାତ୍ରଧିକ ଭାବରେ କମିଯିବାରୁ ଗତ ଜୁନ୍ ୧୧ରେ ବାଜପାୟୀଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଥିଲା ।

୯୩ ବର୍ଷିୟ ବାଜପେୟୀ କିଛି ବର୍ଷ ହେଲା ଅସୁସ୍ଥ ଅଛନ୍ତି । ଡିମେସିଆ ରୋଗରେ ସେ ପୀଡିତ ଅଛନ୍ତି । ୨୦୦୯ରୁ ତାଙ୍କର ସାହାରା ପାଲଟିଛି ହ୍ୱିଲଚେୟାର । ସେ କମ କଥାବାର୍ତା କରୁଛନ୍ତି । ସେ ପଢିପାରୁନାହାନ୍ତି କି ଲେଖିପାରୁନାହାନ୍ତି । ତେବେ ଅଟଳ ବିହାରୀ ବାଜପେୟୀ ଆକ୍ରାନ୍ତ ହୋଇଥିବା ଏହି ଡିମେସିଆ ରୋଗ କଣ, ଏହାର ଲକ୍ଷଣ ଏବଂ ଏଥିରୁ କିଭଳି ରକ୍ଷା ପାଇବେ ସେ ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ । ତେବେ ଆସନ୍ତୁ ଜାଣିବା….

ଡିମେସିଆ କଣ

ଡିମେସିଆ ଏଭଳି ଏକ ରୋଗ , ଯେଉଁଥିରେ ମଣିଷର ସ୍ମରଣ ଶକ୍ତି ଧିରେ ଧିରେ ହ୍ରାସ ପାଇବାରେ ଲାଗିଥାଏ । ମୁଣ୍ଡ ବୁଲାଇଲା ଭଳି ଲାଗିଥାଏ । କାମରେ ମନ ଲାଗିନଥାଏ ଏବଂ ଏଥିସହିତ ହିଁ ଆକ୍ରାନ୍ତ ବ୍ୟକ୍ତିବିଶେଷ ଚିଡଚିଡା ସ୍ୱଭାବର ହୋଇଯାନ୍ତି । ଖାଲି ଏତିକି ନୁହେଁ ଏହି ରୋଗରେ ବ୍ୟକ୍ତିର ଉଭୟ ଚିନ୍ତନ ଏବଂ ବୁଝିବାର କ୍ଷମତା ହ୍ରାସ ପାଇବା ସହ କୌଣସି ଜିନିଷକୁ ମନେ ରଖିବାର କ୍ଷମତା ମଧ୍ୟ ହ୍ରାସ ପାଇ ଥାଏ । ଏହାର କାରଣ ହେଲା, ଏହି ରୋଗର ସିଧା ପ୍ରଭାବ ମଣଷର ମସ୍ତିଷ୍କ ଉପରେ ହିଁ ପଡିଥାଏ । ଏହାଦ୍ୱାରା ମସ୍ତିସ୍କରେ ଥିବା କୋଷିକାଗୁଡିକ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥାଏ । ଯେଉ ଁକାରଣରୁ ସ୍ମରଣ ଶକ୍ତି ହ୍ରାସ ପାଇଥାଏ । ତେବେ ଡିମେସିଆ ବିଭିନ୍ନ ପ୍ରକାରର ହୋଇଥାଏ । ଭିନ୍ନ ଭିନ୍ନ ପ୍ରକାରର ଡିମେସିଆ କାରଣରୁ ମସ୍ତିସ୍କର ପୃଥକ ପୃଥକ ଅଂଶ ଉପରେ ପ୍ରଭାବ ପଡିଥାଏ । ଏହାଛଡା ଡିମେସିଆ ରୋଗର ମୁଖ୍ୟ କାରଣ ମଧ୍ୟରେ ଡିପ୍ରେସନ, ନିଶାଦ୍ରବ୍ୟ ଅଧିକ ସେବନ କରିବା, ଥାଇରୟଏଡ ଜନିତ ସମସ୍ୟା, ଶରୀରରେ ଭିଟାମିନର କମି ଇତ୍ୟାଦି ।

ଲକ୍ଷଣ

ନାଁ, ଠିକଣା, ତୁରନ୍ତ ହୋଇଥିବା କଥାବାର୍ତ୍ତାକୁ ମନେ ରଖିବାରେ ସମସ୍ୟା ହେବା, ଅବସାଦରେ ପୀଡିତ ହେବା, ଠିକରେ କଥା କହିନପାରିବା, ବ୍ୟବହାରରେ ପରିବର୍ତ୍ତନ ଆସିବା, ଖାଦ୍ୟ ଖାଇବା ବେଳେ ଅସୁବିଧା ଅନୁଭବ କରିବା, ଚଲାବୁଲାରେ ଅସୁବିଧା ଅନୁଭବ କରିବା, ସ୍ମରଣ ଶକ୍ତି ହ୍ରାସ ପାଇବା ଆଦି ଡିମେସିଆର ପ୍ରମୁଖ ଲକ୍ଷଣ ।

ନିରାକରଣ

• ଏକ ଅଧ୍ୟୟନ ଅନୁସାରେ, ଅଧିକରୁ ଅଧିକ ଲୋକଙ୍କ ଗ୍ରହଣରେ ରହିବା ଦ୍ୱାରା ଏହି ରୋଗରୁ ରକ୍ଷାପାଇପାରିବେ । ଯେତେ ସମ୍ଭବ ପରିବାର, ସାଙ୍ଗ ସାଥୀ, ପିଲାମାନଙ୍କ ସହ ସମୟ ଅତିବାହିତ କରନ୍ତୁ ।

ଏହାଦ୍ୱାରା ଡିମେସିଆ ଭଳି ରୋଗକୁ ଆପଣ ମାତ୍ ଦେଇପାରିବେ । ସେହିପରି ଶାରିରୀକ ଦୃଷ୍ଟିରୁ ଆପଣ ଯେତେ ଆକ୍ଟିଭ ରହିପାରିବେ । ଆପଣଙ୍କ ଭଲ ରହିବ ।

• ସୁସ୍ଥ ଏବଂ ସନ୍ତୁଳିତ ଆହାର ମଧ୍ୟ ବହୁତ ଜରୁରୀ । ତେଣୁ ଖାଦ୍ୟରେ ସବୁବେଳେ ସତେଜ ପନିପରିବା, ମାଛ, ମାଂଶ, ଅଣ୍ଡା, କ୍ଷୀର ଇତ୍ୟାଦି ଅଧିକରୁ ଅଧିକ ସାମିଲ କରନ୍ତୁ ।

• ଏଠାରେ ଆମେ କହି ରଖୁଛୁ କି, ଡିମେସିଆକୁ ସାଧାରଣତଃ ବାର୍ଦ୍ଧକ୍ୟ ଜନିତ ରୋଗ ବୋଲି କୁହାଯାଏ । ଯାହା ବିଶେଷ କରି ୬୦ ବର୍ଷ ବୟସ ପରେ ପରେ ହୋଇଥାଏ । କିନ୍ତୁ ଲାଇଫଷ୍ଟାଇଲରେ ପରିବର୍ତ୍ତନ କାରଣରୁ ଏହି ରୋଗ କମ ବର୍ଷ ବୟସର ଲୋକଙ୍କୁ ବି ନିଜ ଶିକାର କରିଚାଲିଛି ।