ତ୍ୱଚା ଅନୁସାରେ ବ୍ୟବହାର କରନ୍ତୁ ଘରୋଇ ଫେସ୍ ପ୍ୟାକ୍ !

44

ସାଧାରଣତଃ ମହିଳାମାନେ ନିଜକୁ ଅଧିକ ସୁନ୍ଦର କରିବାକୁ ବିଭିନ୍ନ ପ୍ରକାରର ପ୍ରସାଧାନ ସାମଗ୍ରୀ ବ୍ୟବହାର କରିଥାନ୍ତି । ଆଉ ଏଥିପାଇଁ ଅଧିକାଂଶ ସମୟ ସେମାନଙ୍କର ପାର୍ଲରେ ହିଁ କଟିଯାଇଥିଲେ । ତେବେ ଆଜି ଆମେ ଆପଣଙ୍କୁ ତ୍ୱଚା ଅନୁସାରେ କିଛି ଘରୋଇ ପ୍ୟାକ୍ ପ୍ରସ୍ତୁତ ଉପରେ ଜଣାଇବୁ ଯାହା ଆପଣଙ୍କ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ହେବା ସହ ଆପଣ ଖର୍ଚ୍ଚାନ୍ତରୁ ମଧ୍ୟ ମୁକ୍ତି ପାଇବେ ।

ସାଧାରଣ ତ୍ୱଚା

ସମାନ ପରିମାଣର ପାଚିଲା ଅମୃତ ଭଣ୍ଡା, କାକୁଡି ରସରେ ଏକ ଚାମଚ ଗ୍ଲିସେରିନ ମିଶାଇ ଏହାକୁ ଭଳଭାବରେ ଗୋଳାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାପରେ ମୁହଁକୁ ପରିଷ୍କାର ପାଣିରେ ଭଲଭାବରେ ଧୋଇ ସଫାକରି ଏହି ପ୍ୟାକକୁ ସଂପୂର୍ଣ୍ଣ ମୁହଁରେ ଲଗାନ୍ତୁ । ଏହାକୁ ପାଖାପାଖି ୨୦ ମିନିଟ୍ ରଖିବା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ  ।

ରୁକ୍ଷ ବା ଶୁଷ୍କ ତ୍ୱଚା

ପାଚିଲା ଅମୃତଭଣ୍ଡା, କଦଳୀ ଓ ଅଳ୍ପ ପରିମାଣର ମଲାଇ ମିଶାଇ ଏହାକୁ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାଛଡା ଏଥିରେ ମଧ୍ୟ ଆପଣ ଗାଜର ଓ ଗ୍ଲାସେରିନ ବ୍ୟବହାର କରିପାରିବେ । ତେବେ ଏହି ପ୍ୟାକକୁ ମୁହଁ, ବେକ ଏବଂ ପାପୁଲିରେ ଭଲଭାବରେ ଲଗାଇ ପାଖାପାଖି ଅଧଘଂଟା ରଖନ୍ତୁ । ଏହାପରେ ଏହାକୁ ଉଷୁମ ପାଣିରେ ଧୋଇ ସଫା କରିଦିଅନ୍ତୁ ।

ତେଲିଆ ତ୍ୱଚା

ସେଓ,ଟମାଟୋ ଓ କମଳାକୁ ଭଲ ଭାବେ ବାଟି ଦିଅନ୍ତୁ । ଆଉ ମୁହଁକୁ ଥଣ୍ଡା ପାଣିରେ  ଭଲଭାବରେ  ଧୋଇ ଏହି ବଟାକୁ ଲଗାଇ ୨୦ ମିନିଟ୍ ଶୁଖିବାକୁ ଛାଡିଦିଅନ୍ତୁ । ପରେ ଏହାକୁ ଉଷୁମ ପାଣିରେ ସଫା କରି ଦିଅନ୍ତୁ । ଏହା ବ୍ୟତୀତ, ଅମୃତଭଣ୍ଡା,ଟମାଟୋ ଓ ଲେମ୍ବୁ ରସ ମିଶାଇ ମଧ୍ୟ ପ୍ୟାକ ତିଆରି କରିପାରିବେ । ଅଧକପ୍ ଡାଳିମ୍ବ ରସକୁ ଭଲ ଭାବେ ବେକ ଓ ମୁହଁରେ ଲଗାନ୍ତୁ । ୩-୪ ମିନିଟ୍ ପରେ ଏହାକୁ ଉଷୁମ ପାଣିରେ ସଫା କରିଦିଅନ୍ତୁ । ସପ୍ତାହରେ ଦୁଇ ଥର ଏପରି କରିବାଦ୍ୱାରା ତ୍ୱଚାରୁ ତୈଳାଂଶ ଦୂର ହୋଇଥାଏ । ଆଉ ତ୍ୱଚାରେ ଉଜ୍ଜଳତା ଆସିଥାଏ ।