ମହିଳା ପୋଲିସଙ୍କ ଦାଦାଗିରି : ଚୋରି କରୁଥବା ସମୟରେ ବାରଣ କରିବାରୁ ଚେନ୍ନାଇ ସୁପରମାର୍କେଟ କର୍ମଚାରୀଙ୍କୁ ମାଡ

23

କନକ ବ୍ୟୁରୋ : ସାଧାରଣ ଭାବରେ ଲୋକମାନେ ଚୋରି କଲେ ସେମାନଙ୍କୁ ପୋଲିସ ମାନେ ଧରି ଥାଆନ୍ତି । କିନ୍ତୁି ପୋଲିସ ଚୋରି କଲେ ସେମାନଙ୍କୁ ଧରିବ କିଏ ? ସାଧାରଣ ଭାବରେ ଜନତାଙ୍କ ମନରେ ଏକ ଧାରଣା ରହିଛି ଯେ, ପୋଲିସ କେବେ ତୋରି କରେନାହିଁ କାରଣ ସେ ଚୋରକୁ ଧରେ । କିନ୍ତୁ ଚେନ୍ନାଇରେ ଯେଉଁ ଘଟଣା ଘଟିଛି ତାହା ବିଶ୍ୱାସ କରିବା କଷ୍ଟ । ତେବେ ସୂଚନା ଅନୁସାରେ ଜଣେ ମହିଳା ପୁଲିସଙ୍କୁ ଷ୍ଟୋର୍ରୁ ଚୋରି କରିବାକୁ ବାରଣ କରି ଚେନ୍ନାଇ ସୁପରମାର୍କେଟରେ କାମ କରୁଥିବା ଜଣେ ବ୍ୟକ୍ତି ଅତି ନିର୍ମମ ଭାବେ ମାଡ଼ ଖାଇଛନ୍ତି। ବୁଧବାର ଦିନ ଚେନ୍ନାଇର ଚେଟ୍ପେଟ୍ ଅଞ୍ଚଳରେ ଘଟଣାଟି ଘଟିଛି।

ସୁପରମାର୍କେଟର କର୍ମଚାରୀ ପ୍ରଣବ ଦେଖିଲେ ଷ୍ଟୋର୍ ଭିତରେ ଫୋନ୍ କରୁ କରୁ ଜଣେ ମହିଳା କନେଷ୍ଟବଳ ଥାକରୁ କିଛି ଜିନିଷ ଉଠାଇ ପକେଟରେ ପୂରାଉଛନ୍ତି। କର୍ମଚାରୀ ଜଣକ ତାଙ୍କୁ ଚୋରି ଜିନିଷ ଫେରାଇବାକୁ କହିବା ସହ ଭୁଲ ହୋଇଯାଇଛି ବୋଲି ଲେଖିବାକୁ କହିଥିଲେ । କିନ୍ତୁ, କଥା ଏଇଠି ସରିଲା ନାହିଁ। ପରିଣାମ ଭୟବହ ହେଲା। ପରେ ପରେ ଅନ୍ୟ କିଛି ଲୋକଙ୍କ ସହ ମହିଳା ପୁଲିସଙ୍କ ସ୍ୱାମୀ ଷ୍ଟୋର୍ ମଧ୍ୟକୁ ପ୍ରବେଶ କଲେ। ଷ୍ଟୋରରୁ ଚୋରି କରିବାରୁ ମହିଳା ପୁଲିସଙ୍କୁ ବାରଣ କରିଥିବା କର୍ମଚାରୀଙ୍କୁ ଆକ୍ରମଣ କଲେ ସେମାନେ। ଅନ୍ୟମାନେ ଧରାଧରି କରିବାରୁ ପ୍ରଣବ ବଞ୍ଚିଗଲେ। ଆହତ ପ୍ରଣବଙ୍କୁ ଚିକିତ୍ସା କରାଇବାକୁ ତୁରନ୍ତ ଡାକ୍ତରଖାନା ନିଆ ଗଲା।

ଏ ଘଟଣା ଚେନ୍ନାଇ ପୁଲିସ ପାଇଁ ଖୁବ୍ ଲଜ୍ଜାର କାରଣ ହୋଇଛି। ତେବେ ସେଠିକାର କର୍ମଚାରୀଙ୍କ କହିବା ଅନୁସାରେ ମହିଳା ପୋଲିସ ଜଣକ ଏଠାକୁ ଆସିଥିଲେ ଓ କିଛି ସାମଗ୍ରୀ ନିଜ ପକେଟରେ ରଖୁଥିବାର ଆମର କର୍ମତାରୀ ଦେଖିଥିଲେ । ତେଣୁ ଏହା କରିବାରୁ ତାଙ୍କୁ ବାରଣ କରିବା ସହ ଏପରି ଭୁଲ କରିଥିବାରୁ କ୍ଷମା ମାଗିନିଅନ୍ତୁ ବୋଲି ପୋଲିସ ଅଧିକାରୀଙ୍କୁ କହିଥିଲେ ତେବେ ମହିଳା ଓଲଟି ଯୁକ୍ତି କରିଥିଲେ । ପରେ ସେ ନିଜ ସ୍ୱାମୀଙ୍କୁ କହିବାରୁ ସେ ଏଠାକୁ ଆସି ଗଣ୍ଡୋଗୋଳ କରିଛନ୍ତି ବୋଲି ଉପସ୍ଥିତ ଥିବା ଲୋକମାନେ କହିଛନ୍ତି । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ତୋରି କରିଥିବା ପୋଲିସକୁ କଠୋର ଦଣ୍ଡ ବିଧାନ କରିବା ପାଇଁ ଦାବୀ ହୋଇଛି । ତେବେ ଏହି ଘଟଣାପେ ପୋଲିସ ଏକ ମାମଲା ରୁଜୁ କରିବା ସହ ସମସ୍ତ ଘଟଣାର ତଦନ୍ତ କରଯିବ ବୋଲି ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି ।