ସୋସିଆଲ ମିଡିଆରେ ଖୋଲିଲା ସାରଙ୍କ ପୋଲ୍ ! ପ୍ରାକ୍ଟିକାଲ ପରୀକ୍ଷା ପାଇଁ ୫୦୦ ଟଂକା ଲାଂଚ ନେଉଥିଲେ ଅଧ୍ୟାପକ

43

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଘୁରିବୁଲୁଛି ସାରଙ୍କ ଲାଂଚ ନେବା ଭିଡିଓ । ପ୍ରାକ୍ଟିକାଲରେ ଭଲ ମାର୍କ ପାଇଁ ଛାତ୍ରଙ୍କୁ ଟଙ୍କା ମାଗୁଛନ୍ତି ସାର୍ । ଜଣକ ପିଛା ୫ ଶହ ଟଙ୍କା । ଆଉ ଟଙ୍କା ନଦେଲେ କମ୍ ନମ୍ବର ଦେବାକୁ ଧମକ ଦେଉଛନ୍ତି ସାର୍ । ବ୍ରହ୍ମପୁରର ଏକ ସରକାରୀ କଲେର ଭିଡିଓ ଭାଇରାଲ ହେଉଛି ।

ପ୍ରାକ୍ଟିକାଲ୍ ପରୀକ୍ଷାରେ ଭଲ ନମ୍ବର ପାଇଁ ଦେବାକୁ ପଡୁଛି ଲାଂଚ । ସାରଙ୍କୁ ଟଙ୍କା ଦେଲେ ଅଧିକା ମାର୍କ ମିଳିବ । ଆଉ ନଦେଲେ କମ୍ ମାର୍କ ଦେବାକୁ ଚେତାବନୀ ଦେଉଛନ୍ତି ସାର୍ । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଭିଡିଓ ହେଉଛି ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜର । ଯେଉଁଥିରେ ସାର୍, ପ୍ରତି ଛାତ୍ରଙ୍କ ଠାରୁ ୫ ଶହ ଟଂକା ଲାଂଚ ନେଉଛନ୍ତି । ବଦଳରେ ଭଲ ମାର୍କ ଦେବାକୁ କହୁଛନ୍ତି । କ୍ୟାମ୍ପସରେ ସମସ୍ତଙ୍କ ସାମ୍ନାରେ ଖୋଲାଖୋଲି ଟଂକା ମାଗୁଛନ୍ତି ସାର୍ ।

ବର୍ଷ ବର୍ଷ ଧରି କ୍ୟାମ୍ପସରେ ଏମିତି ଚାଲିଛି କାରବାର । ପିଲାଙ୍କୁ ଜୋରଜବରଦସ୍ତ ଟଙ୍କା ଦାବି କରୁଛନ୍ତି ସାର୍ କେଦାର ପାଢି । ଆଉ ଭଲ ମାର୍କ ଆଶାରେ ଟଙ୍କା ଦେଉଛନ୍ତି ଛାତ୍ରଛାତ୍ରୀ । ଏନେଇ ବାରମ୍ବାର କଲେଜ୍ କର୍ତ୍ତୃପକ୍ଷଙ୍କୁ ବି ଅଭିଯୋଗ ହୋଇଛି । ହେଲେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିଲେ । ଶେଷରେ ଭିଡିଓ ଭାଇରାଲ୍ କରିଛନ୍ତି କଲେଜର କିଛି ଛାତ୍ର । ଭାଇରାଲ୍ ହୋଇଥିବା ଭିଡିଓ ୬ ମାସ ତଳର । ତେବେ ସରକାରୀ କଲେଜରେ ସାର୍ ଲାଂଚ ମାଗିବାର ଏହି ଭିଡିଓ ସାମ୍ନାକୁ ଆସିବା ପରେ କଲେଜ କର୍ତ୍ତୃପକ୍ଷ ଓ ଟାଉନ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ ।