ସୁପ୍ରିମକୋର୍ଟଙ୍କ କଠୋର ନିର୍ଦ୍ଦେଶ ପରେ ସାମୟିକ ଭାବେ ଆନ୍ଦୋଳନରୁ ଓହରିଲେ ଆଇନଜୀବୀ । ଆଲୋଚନା ପରେ ଆଗାମୀ କାର୍ଯ୍ୟପନ୍ଥା

83

କନକ ବ୍ୟୁରୋ: ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ତା ପୂର୍ବରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ଦାବି ନେଇ ସମ୍ବଲପୁରରେ ଚାଲିଥିବା ଆନ୍ଦୋଳନ ସ୍ଥଗିତ ରହିଛି । ଓକିଲ ସଂଘ ସମୂହ, କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଏହି ଆନ୍ଦୋଳନକୁ ସାମୟିକ ଭାବେ ଏହି ଆନ୍ଦୋଳନକୁ ସ୍ଥଗିତ ରଖିବା ନେଇ ନିଷ୍ପତି ନେଇଛି । ସୁପ୍ରିମକୋର୍ଟଙ୍କୁ ସମ୍ମାନ ଜଣାଇ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି କ୍ରିୟାନୁଷ୍ଠାନ କମିଟିର ସଭାପତି ପ୍ରଦୀପ ବହିଦାର । ତେବେ ଅନ୍ୟାନ୍ୟ ସଂଗଠନ ସହ ଆଲୋଚନା ପରେ ଆନ୍ଦୋଳନର ଦିଗ ପୁଣି ଥରେ ନିର୍ଣ୍ଣୟ ହେବ ବୋଲି ସୂଚନା ଦେଇଛନ୍ତି ।

ସମ୍ବଲପୁରରେ ହାଇକେର୍ଟର ସ୍ଥାୟୀ ବେଞ୍ଚ ଦାବିର ଦୀର୍ଘ ବର୍ଷ ଧରି ଆନ୍ଦୋଳନ କରି ଆସୁଥିଲେ ପଶ୍ଚିମ ଓଡ଼ିଶାର ଆଇନଜୀବୀ । କିନ୍ତୁ ସୋମବାର ଆନ୍ଦୋଳନ ସମୟରେ ଘଟିଥିବା ଅପ୍ରତିକର ପରିସ୍ଥିତି ଯୋଗୁଁ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଥିଲେ । ଏମିତି କି ଆନ୍ଦୋଳନ କରୁଥିବା ଆଇନଜୀବୀଙ୍କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଆଜି ଆଇନଜୀବୀଙ୍କ ଆନ୍ଦୋଳନ ନେଇ ପୁଲିସ ଡିଜି ଏବଂ ସମ୍ବଲପୁର ଆଇଜି, ଭିଡିଓ କନଫରେନ୍ସି ମାଧ୍ୟମର ହାଜର ହେବାକୁ କୋର୍ଟ କହିସାରିଛନ୍ତି । ଏଯାଏଁ ପୋଲିସ୍ ୧୫ ଜଣ ଓକିଲଙ୍କୁ ଗିରଫ କରି କୋର୍ଟଚାଲାଣ କରିସାରିଛି । ସେପଟେ ବାର୍ କାଉନସିଲ ଅଫ ଇଣ୍ଡିଆ ସୋମବାର ୨୯ ଜଣ ଆଇନଜୀବୀଙ୍କୁ ୧୮ ମାସ ପାଇଁ ସସପେଣ୍ଡ କରିଥିବା ବେଳେ ଆଉ ୧୪ ଜଣଙ୍କୁ ସସପେଣ୍ଡ କରାଯାଇଛି ।