ଲାଲୁଙ୍କୁ ଏମ୍ସରେ ଗୀତାପାଠ ମନା । ବାରଣ କରିଥିବା ଲୋକକୁ ଏଭଳି ଅଭିଶାପ ଦେଲେ ତେଜପ୍ରତାପ

432

କନକ ବ୍ୟୁରୋ : ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲୁ ଯାଦବ ସ୍ୱାସ୍ଥ୍ୟଗତ କାରଣରୁ ଏବେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ କ୍ରିଟିକାଲ କେୟାର ୟୁନିଟରେ ରଖାଯାଇଛି । ସେପଟେ ଲାଲୁଙ୍କୁ ଗୀତା ପଢିବା ଓ ଶୁଣିବା ଉପରେ ଏମ୍ସ ପକ୍ଷରୁ ରୋକ ଲଗାଯାଇଥିବା ନେଇ ଅଭିଯୋଗ କରିଛନ୍ତି ଲାଲୁଙ୍କ ବଡପୁଅ ତେଜପ୍ରତାପ ।

ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜପ୍ରତାପ ଏକ ଟ୍ୱିଟ କରି ଅଭିଯୋଗ ଆଣିଛନ୍ତି କି ମୋ ବାପାଙ୍କୁ ଏମ୍ସରେ ଗୀତା ପଢିବା ଓ ଶୁଣିବା ଉପରେ ରୋକ ଲଗାଯାଇଛି । ମୋ ବାପା ଗୀତା ପଢିବା ଓ ଶୁଣିବାକୁ ଭଲ ପାଆନ୍ତି । ହେଲେ ଯିଏ ଏଭଳି ରୋକ ଲଗାଇଛି ଏହି ମହାପାପ ପାଇଁ ତାଙ୍କୁ ଏହି ଜନ୍ମରେ ଦଣ୍ଡ ମିଳିବ ।

ସେପଟେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ତେଜପ୍ରତାପ ଏକ ଭାବୁକ ଟ୍ୱିଟ୍ ମଧ୍ୟ କରିଛନ୍ତି । ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି କି, ପିତାଜୀ ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ, ଆପଣଙ୍କ ବିନା ସବୁ ଖାଲି । ଏହାସହ ଲାଲୁ ଘରକୁ ନଫେରିବା ପର୍ଯ୍ୟନ୍ତ ସେ ପ୍ରଭୂଙ୍କ ଶରଣରେ ରହିବେ ବୋଲି ଲେଖିଛନ୍ତି ।

 

ଅନ୍ୟପଟେ ଆଉ ଏକ ଟ୍ୱିଟ ଏବେ ବିହାର ରାଜନୀତିକୁ ପୁଣି ସରଗରମ କରିଛି । ତେଜପ୍ରତାପ ଲେଖିଛନ୍ତି କି କିଛି ଲୋକ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଭିତରେ ଭିତରେ ଖୁସିଥିଲେ ବି ବାହାରେ ଲୋକଦେଖାଣିଆ ପିତାଙ୍କ ସେବାରେ ଲାଗିଛନ୍ତି । ଯେବେ ଲାଲୁ ଯାଦବ ସୁସ୍ଥ ହୋଇ ଘରକୁ ଫେରିବେ ସେହି ଲୋକମାନଙ୍କୁ ବାହାରର ରାସ୍ତା ଦେଖାଇ ଦିଆଯିବ ।