କୁନ୍ଦୁଲି ପୀଡିତା ପୁଣି ଅସୁସ୍ଥ : କୋରାପୁଟ ମେଡିକାଲରେ ଭର୍ତ୍ତି

33

କନକ ବ୍ୟୁରୋ : କୋରାପୁଟ କୁନ୍ଦୁଲି ଗଣଦୁଷ୍କର୍ମର ପୀଡିତା ପୁଣି ଡାକ୍ତରଖାନାରେ ଭର୍ତ୍ତି । ହଠାତ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯିବାରୁ କୋରାପୁଟ ଅଣାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏକ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିବା ବେଳେ କଟକ ବଡ ମେଡିକାଲ ସ୍ଥାନାନ୍ତର ପାଇଁ ଯୋଜନା ହେଉଛି ।

କୋରାପୁଟରେ ଏମଆରଆଇ ସୁବିଧା ନଥିବାରୁ ଏପରି ନିଷ୍ପତ୍ତିି ନିଆଯାଉଛି ବୋଲି ସୂଚନା ମିଳିଛି । ଗତମାସରେ କୁନ୍ଦୁଲି ପୀଡିତାଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ଯବାନ ବେଶରେ ୪ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଘଟଣାର ଏତେଦିନ ପରେ ବି ପୋଲିସ ଅଭିଯୁକ୍ତକୁ ଗିରଫ କରିପାରିନାହିଁ । ଏହାକୁ ନେଇ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି ।