ଆପଣଙ୍କ ଫୋନରୁ ଶୀଘ୍ର ଚାର୍ଜ ଶେଷ ହେଇଯାଉଛି କି ? ବ୍ୟସ୍ତ ନହୋଇ ଜାଣନ୍ତୁ କିପରି କରିବେ ମୋବାଇଲ ଚାର୍ଜ

64

ସବୁବେଳେ ଲୋକମାନେ ନିଜର ମୋବାଇଲ ଫୋନର ବ୍ୟାଟେରୀକୁ ନେଇ ବହୁତ ଚିନ୍ତିତ ଥାଆନ୍ତି । ଲଗାତାର ଭାବେ ଚାର୍ଜର୍ କରିବା ସତ୍ୱେ କିଛି ଘଣ୍ଟା ମଧ୍ୟରେ ବ୍ୟାଟେରୀ ଡାଉନ ହୋଇଯାଉଛି । ଆମେ ସବୁବେଳେ ଆମ ଫୋନର ବ୍ୟାଟେରୀକୁ ନେଇ ସେତେବେଳ ଚିନ୍ତା କରୁ ଯେତେବେଳେ ଫୋନରୁ ବହୁତ ଯଲଦି ଚାର୍ଜ ଶେଷ ହେବାରୋ ଲାଗେ ।

କିନ୍ତୁ ସେ ପର୍ଯ୍ୟନ୍ତ ଫୋନର ବ୍ୟାଟେରୀ ଜୀବନ ବହୁତ ଖରାପ ହୋଇ ସାରିଥାଏ । ଯଦି ସମୟ ପୂର୍ବରୁ ଏଥିପ୍ରତି ଦ୍ୟୃାନ ଦିଆଯାଏ, ତେବେ ଆଗକୁ ଥିବା ଅସୁବିଧାରୁ ଆପଣ ବଞ୍ଚିପାରିବେ । ପ୍ରାୟତଃ ମୋବାଇଲ ଓ ଲ୍ୟାପଟପରେ ଲିଥିୟମ ଆୟନ ବ୍ୟାଟେୀରୀ ଲାଗିଥାଏ । ଆମେ ଆପଙ୍କୁ ଜଣାଇବୁ କିପରି ଆପଣ ନିଜର ବ୍ୟାଟେରୀ ଜୀବନକୁ ବଢାଇପାରିବେ ।

ଲିଥିୟମ ଆୟନ ବ୍ୟାଟେରୀ ସହିତ ଗୋଟିଏ କଥା ସ୍ପଷ୍ଟ ଯେ ନା ତାକୁ କେବ ସମ୍ପୁର୍ଣ୍ଣ ଚାର୍ଜ କରନ୍ତୁ ନାଁ ପୁରା ଡିଚାର୍ଜ । ଚେଷ୍ଟା କରନ୍ତୁ କି ଆପଣଙ୍କ ଫୋନରେ ୫୦ ପ୍ରତିଶତ ଠାରୁ କମ ଚାର୍ଜ ନରହୁ । ଏପରି କରିବା ଦ୍ୱାରା ବ୍ୟାଟେରୀ ବହୁତ ଯଲଦି ଖରାପ ହୁଏନି । ଆଉ ଗୋଟିଏ ଗରୁତ୍ୱପୂର୍ଣ୍ଣ କଥାହେଲା ଅନ୍ୟ କାହର ଚାର୍ଜରରେ ଭୁଲରେ ମଧ୍ୟ ନିଜ ଫୋନ ଚାର୍ଜ କରନ୍ତୁ ନାହିଁ ।

ବହୁତ ଜରୁରୀ ହେଲେ ଏପରି କରନ୍ତୁ କିନ୍ତୁ ଚେଷ୍ଟା କରନ୍ତୁ କି ନିଜ ଚାର୍ଜରକୁ ସବୁବେଳେ ଉପଯୋଗ କରିବା ପାଇଁ । ଯେଉଁ ଚାର୍ଜର ଫୋନ ସହିତ ଆସିଛି କିମ୍ବା କମ୍ପାନି ଦ୍ୱାରା ଅନୁମୋଦନ କରାଯାଇଛ ସେହି ଚାର୍ଜର ହିଁ ବ୍ୟହାର କରନ୍ତୁ । କୌଣସି ବି ଲୋକାଲ ଚାର୍ଜରରେ ଭୁଲରେ ମଧ୍ୟ ନିଜର ଫୋନ ଚାର୍ଜ କରନ୍ତୁ ନାହିଁ କାରଣ ଚାର୍ଜରର କ୍ଷମତା ଯଦି ଆପଣଙ୍କ ଫୋନ ଠାରୁ କମ ହୁଏ ତେବେ ତାହା ଅପାଣଙ୍କ ଫୋନକୁ କ୍ଷତି ପହଞ୍ଚାିପାରେ ।

ଏହାସହ ଧ୍ୟାନରଖନ୍ତୁ ଆପଣଙ୍କ ଫୋନ ଚାର୍ଜ ସମୟରେ କୌଣସି ଗରମ ଜାଗାରୋ ନରହୁ । ଏମିତିରେ ବ୍ୟାଟେରୀ ଖରାପ ହେବାର ଆଶଙ୍କା ରହିଥାଏ । ଏହାସହ ଯଲଦି ଚାର୍ଜ ହେଇଥିବା ଚାର୍ଜରରୁ ମଧ୍ୟ ନିଜ ଫୋନକୁ ଦୂରେଇ ରଖନ୍ତୁ ।