କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ଭରସାରେ ନେତା, ବିଜେପି ପାଇଁ ପ୍ରଚାର କରିାବେ ସୁପରଷ୍ଟଶର କିଚା ସୁଦୀପ

263

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଗ୍ଲାମର ତଡକା । ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ରାଜନୈତିକ ଦଳ ଭୋଟରକୁ ଆକୃଷ୍ଟ କରିବାକୁ ଫିଲ୍ମ କଳାକାରଙ୍କୁ ନିଜ ଦଳରେ ସାମିଲ କରୁଛନ୍ତି । କର୍ଣ୍ଣାଟକରେ ବିଜେପି ପାଇଁ ପ୍ରଚାର କରିବେ କନ୍ନଡ ସୁପରଷ୍ଟାର କିଚା ସୁଦୀପ । ଷ୍ଟାର କ୍ୟାମ୍ପେନର ଭାବେ ସେ ବିଜେପି ପାଇଁ କରିବେ ପ୍ରଚାର । ଗତ କିଛି ଦିନ ହେବ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ସବୁ ଚର୍ଚ୍ଚାକୁ ଖଣ୍ଡନ କରି ନିର୍ବାଚନ ଲଢିବେ ନାହିଁ, କେବଳ ବିଜେପି ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି କୀଚା ସୁଦୀପ କହିଛନ୍ତି, ବିଜେପି ତାଙ୍କୁ ଦରକାର ବେଳେ ସାହାର୍ଯ୍ୟ କରିଥିଲା, ତେଣୁ ନିର୍ବାଚନ ବେଳେ ସେ ବିଜେପି ସମର୍ଥନରେ ପ୍ରଚାର କରିବେ । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, ଦଳ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । କେବଳ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଏବଂ ତାଙ୍କ ଦଳକୁ ସମର୍ଥନ କରିବାକୁ କରିବେ । ସେ ଯେଉଁ ପାର୍ଟିରେ ରହିଥିଲେ, ସେ ତାଙ୍କୁ ସମର୍ଥନ କରିବା କଥା କହିଛନ୍ତି । ସାଉଥ ଫିଲ୍ମ ସହ ବଲିଉଡର ଜଣାଶୁଣା ଚେହେରା ହେଉଛନ୍ତି କୀଚା ସୁଦୀପ । ଫୁଙ୍କ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିବା ବେଳେ ସଲମାନଙ୍କ ଫିଲ୍ମ ଦବଙ୍ଗ ୨ରେ ସେ ଖଳନାୟକ ଭୂମିକାରେ ନଜର ଆସିଥିଲେ ।