କନକ ବ୍ୟୁରୋ : ଟିକେଟ୍ କାଟିଥିଲେ, ହେଲେ ଦେଖି ପାରିଲେନି ଯାତ୍ରା । ଆଉ ରାତି ଅଧରେ ଯାତ୍ରା ଦେଖିବାକୁ ଆସି ହଟହଟା ହେବା ପରେ ରାଗରେ ମଂଚ ଉପରକୁ ଉଠି ହୋ’ହାଲ୍ଲା କଲେ ଦର୍ଶକ । ଖଣ୍ଡଗିରି ମେଳା ଯାତ୍ରା ପଡିଆରେ ଗତ ରାତିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଖଣ୍ଡଗିରି ମେଳାରେ ପ୍ରଥମ ଥର ପାଇଁ ମୈଦାନକୁ ଓହ୍ଲାଇ ଥିବା ଯାତ୍ରା ଇନ୍ଦ୍ରଭୁବନ ଷ୍ଟେଜ ଉପରକୁ ଉଠି କିଛି ଲୋକ ପାଟିତୁଣ୍ଡ କରିଥିଲେ । ସିଟ୍ ନ’ଥାଇ ଅଧିକ ଟିକେଟ ବିକ୍ରି ହୋଇଥିବା ସେମାନେ ଅଭିଯୋଗ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଟିକେଟ୍ କିଣି ଭିତରକୁ ପଶିଥିଲେ ମଧ୍ୟ ସିଟ୍ ପାଇ ନ’ଥିବାରୁ ପଇସା ଫେରସ୍ତ ପାଇଁ ସେମାନେ ଦାବି କରିଥିଲେ । ଫଳରେ ଯାତ୍ରା ଇନ୍ଦ୍ରଭୁବନର ଷ୍ଟେଜ ଉପରେ ଅସମ୍ଭାଳ ପରିସ୍ଥିତି ଉପୁଜିଥିଲା । ଶେଷରେ ଖଣ୍ଡଗିରି ପୁଲିସର ହସ୍ତକ୍ଷେପ ଫଳରେ ପରିସ୍ଥିତି ଶାନ୍ତ ପଡିଥିଲା ।
ଏହା ସହ ଦେଖନ୍ତୁ ଏହି ଭିଡିଓ-