ସଚିବାଳୟରେ କେନ୍ଦୁପତ୍ର ଉନ୍ନୟନ ପରିଷଦର ପଞ୍ଚମ ବୈଠକ ! କେରି ପିଛା ମୂଲ୍ୟ ବୃଦ୍ଧି ନେଇ ହେଲା ନିଷ୍ପତ୍ତି, କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଶହେ ପ୍ରତିଶତ ବୋନସ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

40

କନକ ବ୍ୟୁରୋ : ସଚିବାଳୟ ପରିସରରେ ଅନୁଷ୍ଠିତ ହେଲା କେନ୍ଦୁପତ୍ର ଉନ୍ନୟନ ପରିଷଦର ପଞ୍ଚମ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଏହି ବୈଠକ । କେନ୍ଦୁପତ୍ର ତୋଳାଳିଙ୍କ ହିତକୁ ଦୃଷ୍ଟିରେ ରଖି ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମୋଟ ୭.୫ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ ୨୬ ହଜାର ବନ୍ଧାଳି ଅଛନ୍ତି । ତେଣୁ କେନ୍ଦୁପତ୍ର ବ୍ୟବସାୟରୁ ସମସ୍ତ ଲାଭକୁ ସେମାନଙ୍କ ହିତ ପାଇଁ ବିନିଯୋଗ କରାଯିବ । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ବୈଠକରେ କହିଥିଲେ ୨୦୧୭ରେ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳି ମାନଙ୍କୁ ବ୍ୟାଙ୍କ ଆକାଉଂଟକୁ ବିଭିନ୍ନ ଦେୟ ବାବଦରେ ୧୮୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହା ବ୍ୟତୀତ ୨୦୧୭-୧୮ ବର୍ଷ ପାଇଁ ମଧ୍ୟ ୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ତେବେ ଚଳିତ ଥର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ୨୦୧୮ ବର୍ଷ ପାଇଁ କେନ୍ଦୁପତ୍ର ପ୍ରୋସେସ୍ ଅଂଚଳ ( ୨୦ ପତ୍ର ) ପିଛା ୧ ଟଙ୍କା ବୃଦ୍ଧି କରାଯାଇଛି । ଯାହା ଆଗରୁ ଥିଲା ୮୦ ପଇସା । ଆଉ ଏବେ ଏହାକୁୁ ୧ ଟଙ୍କାକୁ ବୃଦ୍ଧିି କରାଯାଇଛି । ସେହିପରି ଫାଲ ଅଂଚଳ(୪୦ ପତ୍ର)ରେ କେନ୍ଦ୍ରୁପତ୍ର ସଂଗ୍ରହ ମୂଲ୍ୟ ୧ ଟଙ୍କା ୬ ପଇସାରୁ ୨ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ୨୧୦୭ ଫସଲ ବର୍ଷ ପାଇଁ କେନ୍ଦୁପତ୍ର କିଣା ମୂଲ୍ୟ ଉପରେ ତୋଳାଳିଙ୍କୁ ୧୦୦ ପ୍ରତିଶତ ବୋନସ୍ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତୀ କହିଛନ୍ତି । ଏହାବ୍ୟତୀତ ୨୦୧୭ ବର୍ଷ ପାଇଁ କେନ୍ଦ୍ରୁପତ୍ର ସିଜନାଲ୍ କର୍ମଚାରୀ ଓ କେନ୍ଦ୍ରପତ୍ର ବନ୍ଦାଳୀ ମାନଙ୍କୁ ୨୦ ପ୍ରତିଶତ ହାରରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।

ତେବେ ଏହି ବୈଠକରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍ , କେନ୍ଦୁପତ୍ର ଉନ୍ନୟନ ବିଭାଗର ପରିଷଦ ସଭାପତି, ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବଶେ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ବିଭିନ୍ନ ପଂୟତର କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିମାନେ ଯୋଗଦେଇଥିଲେ ।