କାଠଯୋଡି ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣା ମାମଲା : ଆଜିଠାରୁ ତଦନ୍ତ କରିବେ ରେଳ ସୁରକ୍ଷା ଆୟୁକ୍ତ

19

କଟକ ବ୍ୟୁରୋ, କନକ ନ୍ୟୁଜ୍ : କାଠଯୋଡି ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣା ମାମଲାରେ ଆଜିଠାରୁ ରେଳ ସୁରକ୍ଷା ଆୟୁକ୍ତ ତଦନ୍ତ ଆରମ୍ଭ କରିବେ । ପ୍ରଥମେ କଟକ ରେଳ ଷ୍ଟେସନ ନିକଟ ରେଳବାଇ ଅଧିକାରୀ ବିଶ୍ରାମ ଗୃହ ଉପରେ ଅନୁସନ୍ଧାନ କରାଯିବ । ପରେ ଏହି ଘଟଣାକୁ ନେଇ ଆଉ କିଛି ସ୍ଥାନରେ ତଦନ୍ତ କରାଯିବ । ଦୁର୍ଘଟଣା ସମ୍ପର୍କରେ ଯେକୌଣସି ବ୍ୟକ୍ତି ବିଶେଷତଥ୍ୟ ଉପସ୍ଥାପନ କରିପାରିବେ ।

ଏହାସହ ସାଧାରଣ ଲୋକ ମଧ୍ୟ ସାକ୍ଷ୍ୟ ଦେଇପାରିବେ । କେଉଁ ପରିସ୍ଥିତିରେ ଏତେ ବଡ ଦୁର୍ଘଟଣା ଘଟିଲା ? ଦୁର୍ଘଟଣା ପାଇଁ କିଏ ଦାୟୀ? ଏହି ସବୁ ଦିଗ ଉପରେ ତଦନ୍ତ କରିବେ ରେଳ ସୁରକ୍ଷା ଆୟୁକ୍ତ । ସେପ୍ଟେମ୍ବର ୨୯ତାରିଖରେ କାଠଯୋଡି ଷ୍ଟେସନରେ ଭୁବନେଶ୍ୱର-ଭଦ୍ରକ ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।