କାଶ୍ମୀରରେ ଥମୁନି ହିଂସାର ନିଆଁ : ଜଳିଗଲାଣି ୩୨ଟି ସ୍କୁଲ, ୪ଶହରୁ ଅଧିକ ସ୍କୁଲରେ ଝୁଲୁଛି ତାଲା

30

କନକ ବ୍ୟୁରୋ : କାଶ୍ମୀର ଘାଟିରେ ଅଚଳାବସ୍ଥା ଜାରି ରହିଛି । ବୁରାହନ୍ ବାନିର ହତ୍ୟା ପରେ ଚାଲିଥିବା ଲଗାତର ହିଂସା ଆଜି ୨୨୧ ଦିନରେ ପହଂଚିଛି । କାଶ୍ମୀରରେ ଜୀବନଯାତ୍ରା ଠପ୍ ହୋଇଯାଇଥିବା ବେଳେ ହିଂସାକାଣ୍ଡ ଜାରି ରହିଛି । ଗତକାଲି ହୋଇଥିବା ହିଂସାକାଣ୍ଡରେ ୨୩ ଜଣ ଆହତ ହୋଇଛନ୍ତି । ବିଶେଷ କରି ସ୍କୁଲ ଗୁଡ଼ିକୁ ଏଥିରେ ଟାର୍ଗେଟ୍ କରାଯାଉଛି । ଏପର୍ଯ୍ୟନ୍ତ ୩୨ଟି ସ୍କୁଲରେ ନିଆଁ ଲଗାଯାଇଛି । ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢା ସଂମ୍ପୂର୍ଣ୍ଣ ଠପ୍ ହୋଇଛି ।

୩୨ଟି ସ୍କୁଲରେ ନିଆଁ ଲଗାଇ ଦିଆଯାଇଥିବା ବେଳେ ବିଭିନ୍ନ କାରଣରୁ ୪ଶହଟି ସ୍କୁଲ ବନ୍ଦ ହୋଇଯାଇଛି । ଫଳରେ ଆଶଙ୍କା ଘେରରେ ରହିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ସ୍କୁଲ ଯାଇ ନପାରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଗୁହାରି ଜଣାଇଛନ୍ତି । । ସେହିପରି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରିକ୍ଷାକୁ ଆସନ୍ତାବର୍ଷ ମାର୍ଚ୍ଚ ମାସରେ କରିବାକୁ ନିର୍ଦ୍ଧାରିତ ହୋଇଛି ।