ଚାଲିଛି ବୈଠକ, ଜାରି ରହିଛି ସସପେନ୍ସ । ଛିଣ୍ଡୁନି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଦ୍ୱନ୍ଦର ଅଙ୍କ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

108

କନକ ବ୍ୟୁରୋ : କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଜାରି ରହିଛି ଦ୍ୱନ୍ଦ୍ୱ । ଦିଲ୍ଲୀରେ କଂଗ୍ରେସ ନେତା ଏହି ପ୍ରସଙ୍ଗରେ ଘନ ଘନ ବୈଠକ କରୁଛନ୍ତି । ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ମଙ୍ଗଳବାର ପହଁଚିଛନ୍ତି ରାହୁଲ ଗାନ୍ଧୀ । ଏଥିସହ ଦଳର ଅନ୍ୟାନ୍ୟ ନେତା ଉପସ୍ଥିତ ଅଛନ୍ତି । ମଙ୍ଗଳବାର ସୁଦ୍ଧା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବାର ସମ୍ଭାବନା ରହିଛି । ଦିଲ୍ଲୀରେ ପୂର୍ବରୁ ସିଦ୍ଧରମୈ÷ୟା ଉପସ୍ଥିତ ଥିବା ବେଳେ ଆଜି ଦିଲ୍ଲୀରେ ପହଂଚିଛନ୍ତି କର୍ଣ୍ଣାଟକର କଂଗ୍ରେସ ସଭାପତି ତଥା ବିଧାୟକ ଡି.କେ ଶିବକୁମାର ।

କର୍ଣ୍ଣାଟକରେ ସରକାର ଗଠନ ପାଇଁ କଂଗେସକୁ ବହୁମତ ମିଳିଛି । କିନ୍ତୁ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ସସପେନ୍ସ ଜାରି ରହିଛି । ଏହା ଭିତରେ ଶିବକୁମାର ବଡ ବୟାନ ଦେଇଛନ୍ତି । ଶିବକୁମାର କହିଛନ୍ତି ସେ କାହାକୁ ବ୍ଲାକମେଲ କରୁନାହାଁନ୍ତି । ତାଙ୍କର ନିଜସ୍ୱ ବିଚାରଧାରା ରହିଛି । ତାଙ୍କ ଅଧ୍ୟକ୍ଷତାରେ ଦଳକୁ ମିଳିଛି ୧୩୫ ଆସନ । ଗତ ୫ବର୍ଷ ଭିତରେ ଦଳ ଅନେକ ଉଥାନପତ୍ତନ ଦେଇ ଗତି କରିଛି । ଦଳକୁ ମା ଭାବନ୍ତି ଓ ସମ୍ମାନ କରନ୍ତି । ଦଳର ନିଷ୍ପତି ସର୍ବୋପରୀ ହେବ । ସେପଟେ ଅଧିକାଂଶ ବିଧାୟକ ତାଙ୍କୁ ମୁଖ୍ୟମନ୍ତ୍ରୀଭାବେ ଦେଖିବାକୁ ଚାହୁଁଥିବା ସିଦ୍ଦରମୈୟା ଯୁକ୍ତି ବାଢ଼େଇଛନ୍ତି ।

ସେପଟେ ଅବଜରଭେସନ ଟିମ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ରିର୍ପୋଟ ଉପରେ ଦଳର ହାଇକମାଣ୍ଡ ବିଚାର ବିମର୍ଶ କରିବେ ଓ ଅନ୍ତିମ ନିଷ୍ପତି ଜଣାଇବେ । ତେବେ ଯାହାକୁ ଅଧିକ ବିଧାୟକଙ୍କ ସମର୍ଥନ ମିଳିବ ହୁଏତ ସେ ହିଁ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ସିଦ୍ଦରମୈୟାଙ୍କ ପାଖରେ ୯୦ ବିଧାୟଙ୍କ ସମର୍ଥନ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ହେବା ଯଥେଷ୍ଟ ସମ୍ବାବନା ରହିଛି । ଯଦି ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ସହ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱ ବି ରହିପାରେ । ୨୦୨୪ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଶିବୁକମାର ପିସିସି ସଭପତି ରୁହନ୍ତୁ ବୋଲି ଦଳ ଚାହୁଁଛି । ଏବେ ଦେଖିବାକୁ ବାକି ରହିଛି ଛକାପଂଝା ଭିତରେ କାହାକୁ ମିଳୁଛି କର୍ଣ୍ଣାଟକ ଶାସନ ଡୋରୀ