କପିଲ୍ ଶର୍ମା ଘୋଷଣା କଲେ ନିଜ ଫିଲ୍ମ ‘ଫିରଙ୍ଗୀ’ର ରିଲିଜ ତାରିଖ

34

କପିଲ୍ ଶର୍ମା ଗତ କିଛି ମାସରୁ ନିଜର କମେଡି ସୋ’ରେ ଲଗାତାର ନିଜର ଆଗାମୀ ଫିଲ୍ମ ‘ଫିରଙ୍ଗୀ’ର ପ୍ରଚାର କରିଆସୁଛନ୍ତି । ବୁଧବାର ଦିନ ସେ ଏକ ଟ୍ୱିଟ୍ ଜରିଆରେ କହିଥିଲେ ଗୁରୁବାରକୁ ଫିଲ୍ମ ‘ଫିରଙ୍ଗୀ’ ବିଷୟରେ ଏକ ସ୍ପେଶାଲ ଘୋଷଣା କରିବେ । ପ୍ରକୃତରେ କପିଲଙ୍କର ଏ ଘୋଷଣା ଫିଲ୍ମର ରିଲିଜ ତାରିଖକୁ ନେଇ ଥିଲା । ଗୁରୁବାର ସନ୍ଧ୍ୟାରେ କପିଲ୍ ଟ୍ୱିଟ୍ କରି କହିଥିଲେ କି ତାଙ୍କର ଆଗାମୀ ଫିଲ୍ମ ‘ଫିରଙ୍ଗୀ’ ଚଳିତ ବର୍ଷ ୧୦ ନଭେମ୍ବରରେ ରିଲିଜ ହେବ ।

ରାଜୀବ ଢିଙ୍ଗରାଙ୍କ ନିର୍ଦ୍ଦେଶନାରେ ତିଆରି ଏହି ରେ ଅଭିନେତ୍ରୀ ଇଶିତା ଦତ୍ତା ଓ ମୋନିକା ଗିଲ୍ , କପିଲଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ଇସିତା ମେଡଲ୍ , ଅଭିନେତ୍ରୀ ଓ ପୂର୍ବ ମିସ୍ ଇଣ୍ଡିଆ ତନୁଶ୍ରୀ ଦତ୍ତା ଙ୍କର ସାନ ଭଉଣୀ । ଯିଏ ଫିଲ୍ମ ‘ଦୃଶ୍ୟମ’ରେ ଅଜୟ ଦେବଗନଙ୍କର ଝିଅ ଭୂମିକା ନିଭାଇଥିଲେ । ଇଶିତା ଡ୍ୟାନ୍ସ ରିଏଲିଟି ସୋ’ ‘ନଚ ବଲିଏ’ର ସିଜିନ୍ ୬ରେ ନଜର ଆସିଥିଲେ ।

ଏହି ଫିଲ୍ମରେ କପିଲ ଜଣେ ଏମିତି ଯୁବକ ଭୂମିକାରେ ନଜର ଆସୁଛନ୍ତି , ଯିଏ ଜଣେ ଏନଆରଆଇ ଯୁବତୀଙ୍କୁ ଭଲପାଇ ବସୁଛନ୍ତି । ଏହି ଭୂମିକା ମୋନିକା କରୁଛନ୍ତି ।