କନକ ନ୍ୟୁଜ ହେଲଥ କନକ୍ଲେଭ। ଶୀଘ୍ର ଡାକ୍ତର ଅଭାବ ପୂରଣ ହେବ: ନବ କିଶୋର ଦାସ

85

କନକ ବ୍ୟୁରୋ: କନକ ନ୍ୟୁଜ ପକ୍ଷରୁ ଆୟୋଜିତ ହୋଇଛି ହେଲଥ କନକ୍ଲେଭ । ଏଥିରେ ଶୀର୍ଷକ ଥିଲା  ସରକାରୀ ହସ୍ପିଟାଲରେ ଗୁଣାତ୍ମକ ଚିକିତ୍ସା । ଏଥିରେ ଯୋଗଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ  । କନକ ନ୍ୟୁଜ ଏଡିଟର ମନୋରଞ୍ଜନ ମିଶ୍ରଙ୍କ  ସହ ସାକ୍ଷାତକାରରେ ସେ କହିଥିଲେ, ଆଗକୁ ରାଜ୍ୟରେ  ସରକାରୀ ସ୍ୱାସ୍ଥ୍ୟ ସେବା ବୃଦ୍ଧି ପାଇବ । ଉପାନ୍ତ ଅଞ୍ଚଳ  ସହ ବିଭିନ୍ନ ସ୍ଥାନରେ ମେଡିକାଲ କଲେଜ ଖୋଲିଛି । ଏହାଦ୍ୱାରା ଡାକ୍ତର ଅଭାବ ପୂରଣ ହୋଇପାରିବ ଓ ସ୍ୱାସ୍ଥ୍ୟସେବା ବି ଲୋକଙ୍କ ପାଖରେ ପହଞ୍ଚିପାରିବ ।  ରୋଗକୁ ନେଇ ଗବେଷଣା କରାଯିବ ଓ ଲୋକଙ୍କୁ ଏ ବାବଦରେ ସଚେତନ  କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ଆୟୁଷ୍ମାନ ଯୋଜନା ଉପରେ ବି  ସ୍ୱାସ୍ଥ୍ୟମନ୍ତ୍ରୀ ଏକ ତୁଳନାତ୍ମକ ଚିତ୍ର ଦେଇଥିଲେ ।  ସେ କହିଥିଲେ,  ବିଜୁ କଲ୍ୟାଣ ଯୋଜନାରେ  ଲୋକେ ଅଧିକ ଫାଇଦା ପାଉଛନ୍ତି । ରାଜ୍ୟ ବାହାରେ ବି ଏହାର ଫାଇଦା ମିଳୁଛି ।

ହେଲଥ କନକ୍ଲେଭର ଦ୍ୱିତୀୟ ଶୀର୍ଷକ ଥିଲା ଆପଣଙ୍କ ଲିଭର୍ ଠିକ୍ ରହିବ କେମିତି? ଏଥିରେ ବିଶିଷ୍ଟ ଡାକ୍ତର ମନୋଜ ସାହୁ ଯୋଗଦେଇ ଗ୍ୟାସଜନିତ ପେଟସମସ୍ୟା ଓ ଲିଭର ଠିକ ରହିବାର ଉପାୟ କହିଥିଲେ । ଏଥିପାଇଁ କଣ ଖାଇବେ ଓ କଣ ନ ଖାଇବେ ଓ ପେଟରେ ଗ୍ୟାସ ଯେଭଳି ନ ହେବ ସେ ଉପରେ ମତ ରଖିଥିଲେ ।

ଏହାପରେ ଯୁବାବସ୍ଥାରେ ହାର୍ଟଆଟାକ, ଓଡିଶାରେ ସ୍ୱାସ୍ଥ୍ୟ ପର୍ଯ୍ୟଟନ ଓ ଘରୋଇ ହସ୍ପିଟାଲର ଭୂମିକା, ଆନ୍ତର୍ଜାତୀୟସ୍ତରର ସ୍ୱାସ୍ଥ୍ୟସେବା ଓଡିଶାରେ ସମ୍ଭବ କି? ଏବଂ  ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତିତ ସେବା ଓ ଆହ୍ୱାନ ଶୀର୍ଷକରେ ଆଲୋଚନା କରାଯାଇଥିଲା । ଏଥିରେ ବିଭିନ୍ନ ହସପିଟାଲରେ ବିଶେଷଜ୍ଞ ଓ ବରିଷ୍ଠ ଡାକ୍ତର ଯୋଗଦେଇ ନିଜର ମତ ରଖିଥିଲେ ।