କଳାହାଣ୍ଡି ଖଇରମାଳ ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି : ୨ ମୃତ,୫ ଗୁରୁତର

41

କନକ ବ୍ୟୁରୋ : ଦୁର୍ଘଟଣାଗ୍ରସ୍ତ ହୋଇଛି ବରଯାତ୍ରୀ ଗାଡି । ଭାରସାମ୍ୟ ହରାଇ ପୋଲରୁ ଖସି ପଡିଛି ବରଯାତ୍ରୀ ନେଇ ଯାଉଥିବା ସ୍କର୍ପିଓ ଗାଡି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଆହତ ହୋଇଛନ୍ତି । ଗାଡିରେ ମୋଟ ୧୨ ଜଣ ବରଯାତ୍ରୀ ଥିଲେ । ଏଭଳି ଘଟଣା କଳାହାଣ୍ଡିର ଖଇରମାଳରେ ଘଟିଛି । ଗାଡିଟି ବରଯାତ୍ରୀ ଆଣି ରାୟପୁରରୁ ଭବାନୀପାଟଣା ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।