କାଜଲଙ୍କ ଖୁଲାସା ! ୨୫ ବର୍ଷ ମଧ୍ୟରେ ନେଇନାହାଁନ୍ତି ଗୋଟିଏ ବି ଛୁଟି
ବି-ଟାଉନର ଶ୍ରେଷ୍ଠ ନାୟିକା କାଜଲଙ୍କ ବିଷୟରେ ଏକ ନୂଆ କଥା ଜାଣିବାକୁ ମିଳିଛି । ଏକ ଇଣ୍ଟରଭ୍ୟୁରେ କାଜଲ ଏମିତି କିଛି କହିଛନ୍ତି ଯାହା ତାଙ୍କ ସରଳତାକୁ ସମ୍ପୂର୍ଣ୍ଣ ଭାବେ ଦର୍ଶାଇଛି । ଦୀର୍ଘ ବର୍ଷ ଧରି ବଲିଉଡର କୁଇନ ସାଜିଥିବା କାଜଲ ଅଭିନୟରେ ଯେତିକି ଲୋକଙ୍କୁ ପ୍ରଭାବିତ କରିଛନ୍ତି ନିଜ ସରଳତା ପାଇଁ ତାହାଠାରୁ ଅଧିକ ଲୋକଙ୍କୁ ଆପଣାଇ ନେଇ ପାରିଛନ୍ତି । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିବା କାଜଲ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରଫେସନାଲ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ । ଅନ୍ୟ ଅଭିନେତ୍ରୀଙ୍କ ପରି ବେଶି ନଖାରାମି ଦେଖାନ୍ତି ନାହିଁ କାଜଲ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏକ ଇଣ୍ଟରଭ୍ୟୁରେ କାଜଲ କହିଛନ୍ତି, ୨୫ ବର୍ଷର କ୍ୟାରିଅର ମଧ୍ୟରେ ସେ କେବେ ହେଲେ ସୁଟିଂ ବାତିଲ କରିନାହାନ୍ତି । କେବଳ ସୁଟିଂ ନୁହେଁ ଆଜି ପର୍ଯ୍ୟନ୍ତ କେବେ ସେ ଫ୍ଲାଇଟ ମଧ୍ୟ ମିସ କରିନାହାନ୍ତି । ଯାହା ତାଙ୍କ ସମୟାନୁବର୍ତ୍ତିତାକୁ ଦର୍ଶାଉଛି । କାଜଲଙ୍କ କହିବା ଅନୁଯାୟୀ, ବ୍ୟକ୍ତଗତ କାରଣ ପାଇଁ ସେ କେବେ ଫିଲ୍ମ ସୁଟିଂ ବାତିଲ କରିନାହାନ୍ତି । କାରଣ ଗୋଟିଏ ଦିନ ସୁଟିଂ ବନ୍ଦ ରହିଲେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଥାଏ ତାହା ସେ ବେଶ ଭଲଭାବେ ଜାଣିଛନ୍ତି । ଜଣେ ପ୍ରଫେସନାଲ ଅଭିନେତ୍ରୀ ହିସାବରେ ଏହିସବୁ ଦିଗ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି ବୋଲି ସେ କହିଛନ୍ତି ।
କାଜଲଙ୍କ କହିବା ଅନୁଯାୟୀ, ଅଭିନେତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ସବୁଠାରୁ ଏକ ବଡ ସମସ୍ୟା । ଲମ୍ବା ସୁଟିଂ, ରାତ୍ରି ଅନିଦ୍ରା, ସୁନ୍ଦରତାକୁ ବଜାୟ ରଖିବା ଏବଂ ଫିଟ ରହିବା ଅଭିନେତ୍ରୀଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ । ୪୩ ବର୍ଷୀୟ କାଜୋଲ କହିଛନ୍ତି ନିଜର ଲମ୍ବା କ୍ୟାରିଅର ଭିତରେ କେବଳ ଥରେ ମାତ୍ର ଛୁଟି ନେଇଛନ୍ତି ।
ଝିଅ ନ୍ୟାସାକୁ ଭୀଷଣ ଜ୍ୱର ହୋଇଥିବା ବେଳେ ସେ ପ୍ରଯୋଜକଙ୍କୁ କହି ଛୁଟି ଆଣିଥିଲେ ତେବେ ନିଜ ପାଇଁ କେବେ ସୁଟିଂ ବାତିଲ କରି ନଥିବା କହିଛନ୍ତି କାଜଲ । ଏପରିକି ଦେହ ଖରାପ ଥିଲେ ମଧ୍ୟ ସେ ସୁଟିଂ କରିଥାନ୍ତି ବୋଲି କହିଛନ୍ତି କାଜୋଲ । ଯାହାର ଫଳ ତାଙ୍କୁ ପରବର୍ତ୍ତୀ ସମୟରେ ମିଳିଥିଲା ।
କାଜଲଙ୍କର କ୍ୟାରିଅର ପ୍ରତି ଏଭଳି ନିଷ୍ଠା ଅପକମିଙ୍ଗ ଅଭିନେତ୍ରୀମାନଙ୍କ ପାଇଁ ଏକ ଉଦାହରଣ । ଏବେ ବଲିଉଡ ଅଭିନେତ୍ରୀ ମାନେ ସୁଟିଂ ସେଟକୁ ଯିବା ପାଇଁ ବିଭିନ୍ନ ନଖରା ଦେଖାଇଥାନ୍ତି ଏବଂ ସୁଟିଂ ସିଡ୍ୟୁଲ ବାରମ୍ବାର ପରିବର୍ତ୍ତନ କରୁଥିବା ସମୟରେ କାଜଲଙ୍କ ପାଇଁ ଆମେ ଗର୍ବ କରିବା ଦରକାର । ଆଜି କାଜଲ ଯେଉଁ ସଫଳତାକୁ ଛୁଇଁ ପାରିଛନ୍ତି ତାହା ସାଧାରଣ କଥା ନୁହେଁ । ଆଜି ମଧ୍ୟ ବଲିଉଡର ଟପ ଏବଂ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ସେ ଜଣେ ।