କନକ ବ୍ୟୁରୋ: ପୁଲିସ ହେପାଜତରେ ଥିବା ଯୁବକର ସଂନ୍ଦେହ ଜନକ ମୃତ୍ୟୁକୁ ନେଇ ଉତ୍ତେଜନା । ଯୁବକଙ୍କ ମୃତ୍ୟୁକୁ ନେଇ ଯାଜପୁର ଜିଲ୍ଳା ଧର୍ମଶାଳା ଅଂଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ସୂଚନା ଅନୁଯାୟୀ ଧର୍ମଶାଳା ଥାନାରେ ପୁଲିସ ହେପାଜତରେ ଥିବାବେଳେ ସାଲେପୁର କୁକୁଡ଼ାଙ୍ଗ ଗାଁର ଗୟାଧର ତରେଇଙ୍କର ମୃତ୍ୟୁ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗୟାଧରଙ୍କୁ ଏକ ବୋମାମାଡ଼ ଘଟଣାରେ ଧରିଆଣି ପୁଲିସ ତାଙ୍କୁ ପଚରା ଉଚରା କରୁଥିଲା । ଗତକାଲି ରାତିରେ ଯୁବକର ମୃତ୍ୟୁ ଘଟିଛି । ପୁଲିସ ମାଡ଼ରେ ମୃତ୍ୟୁ ହୋଇଥିବା ସାଧାରଣରେ ସନ୍ଦେହ କରାଯାଇଛି । ପୁଲିସ ମୃତ ଦେହକୁ ଧର୍ମଶାଳା ଡ଼ାକ୍ତରଖାନରେ ବ୍ୟବଚ୍ଛେଦ କରିବା ପାଇଁ ଭର୍ତ୍ତି କରିଛି । ତେବେ ଘଟଣାକୁ ନେଇ ଧର୍ମଶାଳା ଅଂଚଳରେ ଚାପା ଉତ୍ତେଜନା ଦେଖା ଦେଇଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ –