ଝାରସୁଗୁଡା ଉପ ନିର୍ବାଚନ: ହିଂସା ନେଇ ବିଜେଡିର ଅଭିଯୋଗ ପରେ, କାଉଣ୍ଟର କଲା ବିଜେପି ।

89

କନକ ବ୍ୟୁରୋ: ଝାରସୁଗୁଡାରେ ହିଂସା କରୁଛି ବିଜେପି । ଏନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଭାରତୀୟ ଜନତା ପାର୍ଟିର ଦୁଇଟି ଆୟୁଧରୁ ଗୋଟିଏ ହେଉଛି ମିଛ ଆଉ ଅନ୍ୟଟି ହେଉଛି ହିଂସା । ଝାରସୁଗୁଡାରେ ହାରିବା ସୁନିଶ୍ଚିତ ଜାଣିବା ପରେ ହିଂସା ଆରମ୍ଭ କରିଦେଇଛି ବିଜେପି ବୋଲି ବିଜେଡି ଅଭିଯୋଗ କରିଛି । ସେହିଭଳି ବିଜେପି ହିଂସାତ୍ମକ ପନ୍ଥା ଗ୍ରହଣ କରିବା ସହ ଗୋବିନ୍ଦପାଲିର ବିଜେଡି କର୍ମୀ ବିକ୍ରମ ବାଂଝଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଛି । କ୍ୟାମ୍ପେନରେ ଯାଉଥିବା ବେଳେ ବିକ୍ରମଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛି ଦଳ । ସ୍ୱଚ୍ଛ ନିର୍ବାଚନ କରିବାକୁ ସବୁ ଦଳ କହୁଛନ୍ତି । ହେଲେ ହାରିବା ଜାଣିଯିବା ପରେ ଏହିଭଳି କାର୍ଯ୍ୟ କରୁଛନ୍ତି ଏବେ ଝାରସୁଗୁଡାରେ ହିଂସା ଆରମ୍ଭ ହୋଇଯାଇଥିବା କହିଛି ବିଜେଡି । ସେପଟେ ବିଜେଡିର ଆରୋପ ନେଇ କାଉଣ୍ଟର କରିଛି ବିଜେପି । କିଏ ଧମକାଇ ଜିତି ପାରିବନି । ଏ କେବଳ ଓøଷଧ ରାଗରେ ତାଟିଆ କାମୁଡିବା ସହ ସମାନ । ବିଜେପି ଶୃଙ୍ଖଳିତ ଭାବେ ନିର୍ବାଚନ ଲଢିବ । ହେଲେ ବିଜୁ ଜନତା ଦଳ ଧମକାଇ ନିର୍ବାଚନ ଜିତିଯିବା କହୁଥିବା ସମ୍ପ୍ରୁ୍ଣ ଭିତ୍ତିହୀନ । ନିର୍ବାଚନ ବେଳେ ହିଂସାଠାରୁ ଦୂରରେ ରହିବୁ । ହେଲେ ଆମ ଉପରକୁ କଥା ଆସିଲେ ଆମେ କଡା ଜବାବ ଦେବୁ ବୋଲି କାଉଣ୍ଟର କରିଛି ବିଜେପି ।