ବିଶ୍ୱକପ୍ ୨୦୧୯ । ଭାରତକୁ ପ୍ରଥମ ଝଟକା, ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ପ୍ୟାଭିଲିଅନକୁ ଫେରିଲେ ରୋହିତ, ଭାରତର ବ୍ୟାଟିଂ ଜାରି

91

କନକ ବ୍ୟୁରୋ: ଓଭାଲରେ ଭାରତକୁ ପ୍ରଥମ ଝଟକା । ୫୭ ରନ କରି ପ୍ୟାଭିଲନକୁ ଫେରିଛନ୍ତି ରୋହିତ । ତେବେ ଆରମ୍ଭରୁ ଭାରତୀୟ ଓପନିଂ ଯୋଡ଼ି ରୋହିତ୍ ଶର୍ମା ଓ ଶିଖର ଧୱନ ବିଶ୍ୱକପର ୧୪ ତମ ମ୍ୟାଚରେ ଉଭୟ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଧାଓ୍ଵନ ୫୩ଟି ବଲ ଖେଳି ଏହା ହାସଲ କରିଛନ୍ତି । ସେହିପରି ରୋହିତ ଶର୍ମା ୬୧ଟି ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ରିପୋର୍ଟ ଲେଖିବା ସୁଧା ୨୨. ୩ ବଲ ଖେଳି ୧ ୱିକେଟ୍ ହରାଇ ୧୨୭ ରନରେ ବ୍ୟାଟିଂ ଜାରି ରଖିଛି ଭାରତ ।

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଆରମ୍ଭରୁ ମନ୍ଥର ଗତିରେ ଖେଳି ଧିରେ ସ୍କୋର ହାରକୁ ବଢ଼ାଇଥିଲେ । ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆର ୬ ଜଣ ବୋଲର ବୋଲିଂ କରିଥିଲେ ମଧ୍ୟ ରୋହିତଙ୍କ ୱିକେଟ୍ ନେବାରେ ନାଥନ କୁଲ୍ଟର ନାଇଲ ରୋହିତଙ୍କୁ ପଡ଼ିଆରୁ ବିଦା କରିଛନ୍ତି ।