ଜାପାନ ଜଳ ମୃତ୍ୟୁକୁ ୧୨ ବର୍ଷ । ଏବେବି ଯାଇନି ସୁନାମୀର ଯନ୍ତ୍ରଣା

140

କନକ ବ୍ୟୁରୋ: ୨୦୧୧ ମାର୍ଚ୍ଚ ୧୧ ତାରିଖ , ସକାଳ ସମୟ । ଉତ୍ତର ପୂର୍ବ ଜାପାନର ଟୋହାକୁର ସମୁଦ୍ର ଭିତରେ ସୃଷ୍ଟି ହେଲା ୯.୧ ତୀବ୍ରତାର ଭୀଷଣ ଭୂମିକମ୍ପ । ଚାହୁଁ ଚାହୁଁ ମାଡି ଅସିଲା ନଭଶ୍ଚୁମ୍ଭୀ ଲହରୀ । ଡୁବିଗଲା ଜାପାନର ୭୦ ପ୍ରତିଶତ ଇଲାକା । ଚାହୁଁ ଚାହୁଁ ସବୁକିଛି ସମୁଦ୍ରରେ ଲୀନ ହୋଇଗଲା । କେଉଁଠି ହଳାହଳ ଜଳ ତ ଆଉ କେଉଁଠି ସର୍ଟସର୍କିଟରେ ହୁତୁହୁତୁ ହୋଇ ଜଳୁଥିଲା ନିଆଁ ।

ସୁନାମୀର କେନ୍ଦ୍ରସ୍ଥଳୀ ଟୋହାକୁଠାରୁ ୭୨ କିଲୋମିଟର ଦୂର ପ୍ରଶାନ୍ତ ମହାସାଗରରେ କେନ୍ଦ୍ରୀଭୂତ ହୋଇଥିଲା । ଏହାକୁ ଗ୍ରେଟ୍ ଇଷ୍ଟ ଜାପାନ୍ ଭୂକମ୍ପ ବୋଲି କୁହାଗଲା । ଏଥିରେ ପ୍ରାଣ ହରାଇଲେ ପାଖାପାଖି ୨୦ ହଜାର ଲୋକ । ଆହତ ହେଲେ ୬୨୪୨ ଜଣ । ନିଖୋଜ ହୋଇଗଲେ ପାଖାପାଖି ୩ ହଜାର ଲୋକ ।

ବାସହରା ହୋଇଗଲେ ୨ ଲକ୍ଷରୁ ଅଧିକ ଲୋକ । ଯଦିଓ ଯୁଦ୍ଧକାଳୀନ ଭିତ୍ତିରେ ସୁନାମୀ ପରେ ଜାବାନ ସରକାର ୩୦ ପ୍ରତିଶତ ଲୋକଙ୍କୁ ବାସଗୃହ ଯୋଗାଇଦେଇଥିଲ । ଭୂକମ୍ପର ପ୍ରଭାବ ଏତେ ଉଗ୍ର ଥିଲା ଯେ, ଏହାର ପ୍ରଭାବ ଆଣ୍ଟାର୍କଟିକା ଠାରୁ ଆରମ୍ଭ କରି ଉତ୍ତରରେ ନରୱେ ପର୍ଯ୍ୟନ୍ତ ଏହାର ଝଟକା ଅନୁଭୂତ ହୋଇଥିଲା ।

ଭୂମିକମ୍ପ ଯୋଗୁଁ ୧.୨୦ ଲକ୍ଷ ଘର ମାଟିରେ ମିଶିଗଲା । ୨.୭୮ ଘର ଭାଙ୍ଗିରୁଜି ଗଲା । ବିଶ୍ୱ ବ୍ୟାଙ୍କର ରିପୋର୍ଟ ମୁତାବକ, ୧୯.୨୬ ଲକ୍ଷ କୋଟି ଟଙ୍କାର କ୍ଷତି ସହିଲେ ଜାପାନ ସରକାର । ସାରା ବିଶ୍ୱରେ ଏହା ଥିଲା ସବୁଠାରୁ ବଡ ଆର୍ଥିକ କ୍ଷତି ଘଟାଇଥିବା ପ୍ରାକୃତିକ ବିପର୍ଯ୍ୟୟ ।

୨୦୧୧ର ସେହି ଭୂମିକମ୍ପରେ ୫ ମିନିଟରୁ ଅଧିକ ସମୟ ଥରିଥିଲା ପୁରା ଜାପାନ । ଟୋହାକୁ ଅଞ୍ଚଳରେ ଯେତେବେଳେ ଭୂତତ୍ତ୍ୱବିତମାନେ ପରୀକ୍ଷା ନୀରୀକ୍ଷା କଲେ ଜାଣିବାକୁ ପାଇଲେ ଯେ, ଭୂଗର୍ଭରେ ଥିବା ଟେକ୍ଟୋନିକ୍ ପ୍ଲେଟ ମଝିରେ ମାଟି ଭରି ଯାଇଥିଲା । ଫଳରେ ପ୍ଲେଟ୍ ସ୍ଥାୟୀ ଭାବେ ଅନେକ ସମୟ ଯାଏଁ ସ୍ଥିର ହୋଇପାରିନଥିଲା । ଫଳରେ ଦୁଇଟି ଟେକ୍ଟୋନିକ୍ ପ୍ଲେଟ୍ ପରସ୍ପର ଉପରେ ୧୬୪ ଫୁଟ ଚଢିଯାଇଥିଲା ।

୨୦୧୧ର ଏହି ସୁନାମୀରେ ଜାପାନର ଆହୁରି କ୍ଷତି ହୋଇଥାନ୍ତା । ହେଲେ ଦେଶର ଭୂକମ୍ପ ଓ ସୁନାମୀ ଆଲର୍ଟ ସିଷ୍ଟମ୍ ଏତେ ଅତ୍ୟାଧୁନିକ ଓ ଉନ୍ନତମାନର ଯେ, କିଛି ମାତ୍ର ସେକେଣ୍ଡରେ ସୁନାମୀର ସୂଚନା ସମସ୍ତଙ୍କ ଫୋନକୁ ତୁରନ୍ତ ସତର୍କ ସୂଚନା ମିଳିଥିଲା । ଫଳରେ ସୁରକ୍ଷିତ ସ୍ଥାନକୁ ଲୋକେ ପଳାଇବାକୁ ଚେଷ୍ଟା କରିଥିଲେ ।

ସୁନାମୀରେ ମିୟାକୋ ସହରକୁ ଆସିଥିଲା ସବୁଠୁ ଉଚ୍ଚ ଲହରୀ, ଯାହାର ଉଚ୍ଚତା ଥିଲା ୧୩୩ ଫୁଟ । ସୁନାମୀ ଫଳରେ ୫୬୧ ବର୍ଗ କିଲୋମିଟର ଅଞ୍ଚଳ ପାଣିରେ ବୁଡିଯାଇଥିଲା । ସହରର ୧୦ କିଲୋମିଟର ଯାଏଁ ସମୁଦ୍ର ମାଡିଆସିଥିଲା । ଯଦିଓ ସାରା ବିଶ୍ୱରୁ ଜାପାନକୁ ସହଯୋଗ ଓ ରିଲିଫର ସୁଅ ଛୁଟିଥିଲା ହେଲେ ହାର ମାନିନଥିଲେ ଜାପାନ ସରକାର । ଏତେ ବଡ ପ୍ରାକୃତିକ ବିପର୍ଯ୍ୟୟ ପରେ ବି ଦେଶକୁ ପୁଣିଥରେ ପୂର୍ବପରି ଛିଡା କରିବାର ଦୁର୍ବାର ଇଚ୍ଛା ଆଜି ଜାପାନକୁ ଦୃଢ କରିଛି । ତଥାପି ଆପଣାର ଲୋକଙ୍କୁ ହରାଇଥିବା ଯନ୍ତ୍ରଣାକୁ ଭୁଲିପାରିନାହାଁନ୍ତି ଜାପାନବାସୀ । ଏବେବି ସେମାନଙ୍କ ଆଖିରେ ।ଚିଯାଉଛି ୨୦୧୧ ର ସେ ଭୟଙ୍କର ବିଭୀଷିକା ।