ସୁଧୁରୁନି ପାକିସ୍ତାନ ! ୪୮ ଘଂଟା ଧରି ପୁଂଛରେ ପାକ ସେନାର ଅସ୍ତ୍ରବିରତି ଉଲ୍ଲଂଘନ
କନକ ବ୍ୟୁରୋ : ଜାମ୍ମୁ ଓ କଶ୍ମୀରର ଭାରତ ପାକିସ୍ତାନ ମଧ୍ୟରେ ଥିବା ଲାଇନ୍ ଅଫ କଣ୍ଟ୍ରୋଲ( ଏଲଓସି)ର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଗତ ୪୮ ଘଣ୍ଟା ଧରି ଅସ୍ତ୍ରବିରତି ଉଲଂଘନ କରାଯାଇଛି । ନୂଆବର୍ଷ ଆରମ୍ଭରୁ ପାକିସ୍ତାନ ବାରମ୍ବାର ସୀମାନ୍ତରେ ଅସ୍ତ୍ରବିରତି ଉଲଂଘନ ଚଳଇଛି । ଆଉ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲଂଘନର କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ଗତ ନୂଆବର୍ଷ ଦିନ ପାକିସ୍ତାନ ସେନା ପୁଞ୍ଚ କର୍ମରା ଅଞ୍ଚଳରେ ଥିବା ଭାରତୀୟ ଆଡ୍ଭାନ୍ସ ପୋଷ୍ଟ ଉପରକୁ ଗୁଳି ମାଡ଼ କରିଥିଲା । ପୁଣି ୨ ତାରିଖ ଦିନ ଦ୍ୱିତୀୟ ଦିନ ଲଗାତର ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲଂଘନ କରାଯାଇଥିଲା । ଯଦିଓ ପାକିସ୍ତାନରଏହି ଅସ୍ତ୍ରବିରତି ଉଲଂଘନ ଯୋଗୁଁ କେହି ଭାରତୀୟ ସୈନିକ ଆହତ ହୋଇ ନ ଥିଲେ ତଥାପି ଭାରତୀୟ ସେନା ପାକିସ୍ତାନର ଗୁଳିର ଜବାବ ଗୁଳିରେ ଦେଇ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ।
ସେହିପରି ଡିସେମ୍ବର ୨୩ ତାରିଖରେ ମଧ୍ୟ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲଂଘନ କରିଥିଲା । ଡିସେମ୍ବର ୨୧ ତାରିଖରେ ପାକିସ୍ତନୀ ସେନା କୁପଓ୍ଵାରାର କେରାନ ସେକ୍ଟରରେ ଅସ୍ତ୍ରବିରତି ଉଲଂଘନ କରି ଗୁଳିମାଡ଼ କରିବାରୁ ୨ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ ।