ଜମ୍ମୁ–କାଶ୍ମୀରରେ ରେକର୍ଡ ଭାଙ୍ଗିଲା ବରଫ ବର୍ଷା: ରାସ୍ତାଘାଟରେ ଜମିଲା ବରଫ, ଯାତାୟତ ହେଲା ଠପ୍

103

କନକ ବ୍ୟୁରୋ: ଜାମ୍ମୁ କାଶ୍ମିରରେ ଭିଷଣ ତୁଷାରପାତ ଦେଖିବାକୁ ମିଳିଛି । ଏହି ତୁଷାର ପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସତ କିନ୍ତୁ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢାଉଛି । ଏ ଦୃଶ୍ୟ ହେଉଛି ଅନନ୍ତନାଗ ଜିଲ୍ଲାରେ ଥିବା ପେହେଲଗାମ ସହରର । ପେହେଲଗାମ ବରଫ ବର୍ଷା ଲାଗି ରହିବା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ରାସ୍ତା ଘାଟ ସବୁ ବରଫରେ ଭର୍ତି ହୋଇ ରହିଛି ।

ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଆପଣ ଦେଖି ପାରୁଥିବେ ରାସ୍ତାରେ କଡରେ ଥିବା ଏକ କାରରେ କେମିତି ବରଫରେ ଭର୍ତି ହୋଇ ରହିଛି । ଶୀତୁଆ ସକାଳର ଏହି ବରଫ ବର୍ଷା ସାଙ୍ଗକୁ କୁହୁଡି ଲୋକଙ୍କ ସମସ୍ୟା ବଢାଇଛି । ରାଜ୍ୟରେ ପୁରା ହାଡ ଭଙ୍ଗା ଶୀତ ଅନିଭୁତ ହେଉଥିବା ଜଣାପଡିଛି । ଅନ୍ୟପଟେ ରାଜ୍ୟରେ ପ୍ରବଳ ବର୍ଷାର ପୁର୍ବାନୁମାନ କରି ଆଂଚଳିକ ପାଣିପାଗ ବିଭାଗ ସର୍ତକ ସୁଚନା ଜାରି କରିଛି ।