ଆଜି ଦକ୍ଷିଣ ଓଡିଶାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ପ୍ରାର୍ଥୀଙ୍କ ପାଇଁ କରିବେ ଭୋଟ୍ ଭିକ୍ଷା ।

138

କନକ ବ୍ୟୁରୋ: ଆଜି ଦକ୍ଷିଣ ଓଡିଶାରେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରାପୁଟ ଗସ୍ତକୁ ଦୃଷ୍ଟରେ ରଖି ଜୋରଦାର ପ୍ରସ୍ତୁତି ହୋଇଛି । ମୁଖ୍ୟମନ୍ତ୍ରୀ ସକାଳ ୧୦ ଟା ୧୦ରେ ଜୟପୁର ବିମାନ ବନ୍ଦରରେ ପହଞ୍ଚିବେ । ୧୦ଟା ୩୦ରେ ଜୟପୁର ଯାଇ ଏକ ସାଧାରଣ ସଭା କରିବେ । ପରେ ୧୧.୪୦ରେ ନବରଙ୍ଗପୁରରେ ପହଞ୍ଚିି ନିର୍ବାଚନୀ ପ୍ରଚାର କରିବେ ନବୀନ । ଏହାପରେ ମିଟିଂ ସାରି ୧୨.୫୦ରୁ ୩ଟା ଯାଏଁ ପିଡବ୍ଲ୍ୟଡି ଗେଷ୍ଟ ହାଉସରେ ବିଶ୍ରାମ ନେବେ । ଏହାପରେ ୩.୪୦ରେ ରାୟଗଡା ବିଧାନସଭା କ୍ଷେତ୍ରରେ ମଧ୍ୟ ଏକ ସାଧାରଣ ସଭାରେ ଯୋଗ ଦେବେ । ଶେଷରେ ଅପରାହ୍ନ ୫ଟାରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଥମ ପର୍ଯ୍ୟାୟ ମତଦାନ ୧୩ ତାରିଖରେ ରହିଛି । ୧୧ରେ ଶେଷ ହେଉଛି ପ୍ରଚାର । ୪ ଲୋକସଭା ଏବଂ ୨୮ ବିଧାନସଭାରେ ମତଦାନ ପୂର୍ବରୁ ତିନି ଦଳ ଜୋରଦାର ପ୍ରଚାର କରୁଛନ୍ତି । ଗତକାଲି କଂଗ୍ରେସ ପକ୍ଷରୁ ରାୟଗଡାରେ ବିରାଟ ସମାବେଶ କରାଯାଇଥିଲା । ଦଳର ଶୀର୍ଷ ନେତା ରାହୁଲ ଗାନ୍ଧୀ ଆଭାସୀ ଜରିଆରେ ସମ୍ବୋଧନ କରିଥିଲେ ।