ଯାଜପୁର : ଚୋରା ପଥର ଚାଲାଣକୁ ବିରୋଧ କରି ପଥର କଟା ମେସିନ ଜାଳିଲେ ଗାଁଲୋକେ 

40

କନକ ବ୍ୟୁରୋ : ଯାଜପୁରରେ ଗାଡି ଜାଳିଲେ ଗାଁଲୋକେ । ଚୋରା ପଥର ଚାଲାଣକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ । ଯାହାର ପ୍ରତିଫଳନ କିଛି ଏପରି ଭାବରେ ଦେଖିବାକୁ ମିଳିଛି । ମାଫିଆଙ୍କ ପଥର କଟା ମେସିନ ପୋଡିଦେଇଛନ୍ତି ଉତ୍ୟକ୍ତ ଗାଁଲୋକ । ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ କରଡାପାଳ ଗାଁରେ ପଥର ଖାଦାନରେ ଖଣିଜ ସମ୍ପଦ ଲୁଟ ଚାଲିଥିବା ବେଳେ ଏହାକୁ ବିରୋଧ କରି ୨ଟି ପଥରକଟା ମେସିନକୁ ନିଆଁ ଲଗାଇ ଦେଇଛନ୍ତି ଗ୍ରାମବାସୀ । ଦୀର୍ଘ ଦିନ ଧରି ଏଠାରେ ପଥର ମାଫିଆମାନେ ବେଆଇନ ଭାବେ ପଥର କାଟି ଚୋରା ବେପାର କରୁଛନ୍ତି ।

ଏହାସହ ୭ଶହ ଏକର ମୂଲ୍ୟବାନ ଜଙ୍ଗଲକୁ ମଧ୍ୟ କାଟି ପକାଉଛନ୍ତି ମାଫିଆ । ଏହାକୁ ବିରୋଧ କରି ଗାଁଲୋକେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ରାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଶେଷରେ ଗାଁଲୋକେ ଆଇନକୁ ହାତକୁ ନେବାକୁ ବାଧ୍ୟ ହୋଇଛନ୍ତି । ମାଫିଆମାନଙ୍କ ପଥର କଟା ମେସିନକୁ ପୋଡି ଦେବା ସହ ଜଙ୍ଗଲର ସୁରକ୍ଷା ପାଇଁ ଅଂଟା ଭିଡିଛନ୍ତି ।