ଇତିହାସ ରଚିଲା ଇସ୍ରୋ ।  ଏକା ସହ ୯ଟି ସାଟେଲାଇଟର ଉତକ୍ଷେପଣ

88

କନକ ବ୍ୟୁରୋ : ନଭେମ୍ବର ୨୬ । ଶନିବାର । ଦିନ ୧୧ଟା ୫୬ ମିନିଟ ଇତିହାସ ରଚିଛି ଇସ୍ରୋ । ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ସେଂଟରରୁ ଏକା ସହ ୯ଟି ସାଟେଲାଇଟ ଉତକ୍ଷେପଣ କରାଯାଇଛି । ଏହା ମଧ୍ୟରେ ଓସିଅନ ସେଟ୍-୩ ଓ ୮ଟି ନାନୋ ସାଟେଲାଇଟ ରହିଛି । ୯ଟି ସାଟେଲାଇଡ଼ ମଧ୍ୟରେ ଭୁଟାନର ଏକ ସାଟେଲାଇଓ ମଧ୍ୟ ରହିଛି । ପିଏସଏଲବି ସି-୫୪ ରକେଟ ସାହାଯ୍ୟରେ ସାଟେଲାଇଟ ଗୁଡିକୁ ମହାକାଶକୁ ପଠାଯାଇଛି । ଏହି ମିଶନ ୨ଘଂଟା ୨୦ ମିନିଟ ପର୍ଯ୍ୟନ୍ତ ଧରି ଚାଲିଥିଲା । ପ୍ରାଇମେରୀ ସାଟେଲାଇଟ ଓ ନାନୋ ସାଟେଲାଇଟକୁ ଦୁଇଟି ଭିନ୍ନ ଭିନ୍ନ ସେଲର ସନକ୍ରୋନଓ ପୋଲର ଅର୍ବିଟସରେ ଲଂଚ୍ କରାଯାଇଛି । ଭୁଟାନ ସ୍ୟାଟେଲାଇନରେ ରିମୋଟ ସେନସିଂ କ୍ୟାମେରା ରହିଛି । ଏହା ଦ୍ୱାରା ଇସ୍ରୋକୁ ଫଟୋ ମାଧ୍ୟମରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିବ ।

ଇତିହାସ ରଚିଲା ଇସ୍ରୋ

•    ଏହି ସାଟେଲାଇଟ ରେଲୱେ ଟ୍ରାକ, ବ୍ରିଜ, ସଡକ ବିକାଶ କ୍ଷେତ୍ରରେ କାମରେ ଆସିବ
•    ସମୁଦ୍ର ଉପରେ ନଜର ରଖିବ ଏହି ସାଟେଲାଇଟ
•    ବାୟୁମଣ୍ଡଳ ଓ ସମୁଦ୍ର ବିଜ୍ଞାନର ଅଧ୍ୟୟନରେ ସାହାଯ୍ୟ କରିବ
•    ଏହି ଉପଗ୍ରହ ସାମୁଦ୍ରିକ ପାଣିପାଗର ପୂର୍ବାନୁମାଦ କରିବା ପାଇଁ ସକ୍ଷମ
•    ସାମୁଦ୍ରିକ ଝଡର ମୁକାବିଲା କରିବାରେ ସାହାଯ୍ୟ କରିବ
•    କୌଣସି ଘୂର୍ଣ୍ଣିବଳୟର ଆସିବା ପୂର୍ବରୁ ଏହି ସାଟେଲାଟରୁ ସୂଚନା ପାଇ ହେବ

ଇସ୍ରୋ ମୁଖ୍ୟ ଚଳିତବର୍ଷ ପାଇଁ ପିଏସଏଲଭିିର ଏହା ଶେଷ ଲଂଚ କାର୍ଯ୍ୟକ୍ରମ ଥିଲା । ଏହା ପୂର୍ବରୁ ଇସ୍ରୋର ସଫଳତାପୂର୍ବକ ଭାବରେ ଦେଶର ପ୍ରଥମ ପ୍ରାଇଭେଟ ରକେଟ ବିକ୍ରମ ଏସର ଲଂଚ କରିଥିଲେ ।