ଆଇଫୋନ-୧୪ ଲଞ୍ଚ ପରେ ଚର୍ଚ୍ଚାରେ ଇ-ସିମ୍। ଜାଣନ୍ତୁ କେମିତି କରିଥାଏ କାମ?

129

କନକ ବ୍ୟୁରୋ: ଆପଲ ଆଇଫୋନ -୧୪ ସିରିଜ ଲଞ୍ଚକରିଛି । ଆଇଫୋନ-୧୪ ସିରିଜ ଆସିବା ପରେ ଅଲଗା ଅଲଗା ମଡେଲର ଫିଚର୍ସ ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ସବୁଠାରୁ ଚର୍ଚ୍ଚାରେ ଇ-ସିମ୍ । କାରଣ ଚଳିତ ଥର ଆଇଫୋନ ଇ-ସିମ୍ ଫିଚର୍ସ ସହ ନିଜର ଏହି ମେଡଲକୁ ଲଞ୍ଚ କରିଛି । ଏହାର ଟେକନୋଲୋଜିରେ ସ୍ପଷ୍ଟ ଜଣାପଡୁଛି ଯେ ଆଉ ସିମକୁ ମୋବାଇଲରେ ଲଗାଇବା ଦରକାର ପଡିବ ନାହିଁ । ଏହି ନୂତନ ଜ୍ଞାନକୌଶଳ ଦ୍ୱାରା ଆପଣ ଫୋନରେ କଥାବାର୍ତ୍ତା କରିପାରିବେ । ଏବେ ପ୍ରଶ୍ନ ଉଠୁଛି ଏହି ଇ-ସିମ୍ କେମିତି କାମ କରିଥାଏ ? ଲୋକମାନେ ଜାଣିବାକୁ ଚାହୁଁଛନ୍ତି ଯେ ଫୋନରେ ସିମକୁ ନଲଗାଇଲେ କେମିତି ନେଟୱର୍କ କାମ କରିଥାଏ । ତେବେ ଜାଣନ୍ତୁ ଇ-ସିମକୁ ନେଇ ଆପଣଙ୍କ ମନରେ ଥିବା ପ୍ରଶ୍ନର ଉତ୍ତର ।

ସିମରେ ସେହି ସବୁ ସୂଚନା ଥାଏ ଯାହା ଟେଲିକମ ଅପରେଟରକୁ ଚିହ୍ନିଟ କରେ । ଏହା ପରେ ଆପଣ ସେହି ନେଟୱର୍କର ବ୍ୟବହାର କରିପାରିବେ । ଏହା ଦ୍ୱାରା ଆପଣ ଫୋନ, ମେସେଜ, ଇଣ୍ଟରନେଟର ସୁବିଧା ପାଇପାରିଥାନ୍ତି । ଇ-ସିମରେ ମଧ୍ୟ ସେ ସବୁ ସୁବିଧା ଥାଏ । ତେବେ କୌଣସି ଫିଜିକାଲ ସିମ ଉପଲବ୍ଧ ନଥାଏ । ତେଣୁ ସିମ ହଜିବା, ଭାଙ୍ଗିବା ଏବଂ ଚୋରୀ ହେବାର କୌଣସି ସମସ୍ୟା ନଥାଏ । ଏହାକୁ ଆପଣଙ୍କୁ କିଣିବାକୁ ମଧ୍ୟ ପଡିନଥାଏ । ଏହା ପୂର୍ବରୁ ହିଁ ଫୋନରେ ଥାଏ । ଏହାକୁ ଚାଲୁ କରିବା ପାଇଁ ଟେଲିକମ କମ୍ପାନୀରେ ରେଜିଷ୍ଟର କରିବାକୁ ପଡିଥାଏ । ଏହାକୁ ଇନବିଲ୍ଡ ସିମ ମଧ୍ୟ କୁହାଯାଇଥାଏ ।

ଇ-ସିମରେ ମଧ୍ୟ ସେହିସବୁ କାମ ଆପଣ କରିପାରିବେ ଯାହା ଆପଣ ଫିଜିକାଲ ସିମରେ ପାଇଥାନ୍ତି । ଯେମିତି ଆପଣ ଏହାର ନେଟୱାର୍କ ବଦଳାଇପାରିବେ । ପ୍ଲାନରେ ପରିବର୍ତ୍ତନ କରିପାରିବେ । ଏଥିପାଇଁ ଆପଣଙ୍କୁ ବାରମ୍ବାର ସିମ ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ  ଏହା ଫିଜିକାଲ ସିମର ସ୍ଥାନପୂରଣକୁ ରୋକିଥାଏ । ଏଥିରେ କୌଣସି ନୂତନତ୍ତ୍ୱ ନାହିଁ । ଏହା ପୂର୍ବରୁ ମଧ୍ୟ ଫୋନରେ ଇ-ସିମର ଫିଚର୍ସ ଦିଆଯାଇଛି ।