ଭାରତରେ ଦ୍ରୁତ ହେବ ଇଂଟରନେଟ୍ ସେବା ! ମହାକାଶକୁ ୩ଟି ଉପଗ୍ରହ ଛାଡିବ ଇସ୍ରୋ

50

କନକ ବ୍ୟୁରୋ : ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଇଂଟରନେଟ ବ୍ୟବହାରକାରୀ ଦେଶ ଭାରତ, ଆଗକୁ ଏହାର ବେଗ ଉପରେ ଗୁରୁତ୍ୱ ଦେବ । ଏଥିପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋ, ୩ଟି ଉପଗ୍ରହ ଛାଡିବାକୁ ଯୋଜନା କରୁଛି । ଏସବୁ ଉପଗ୍ରହ ଦ୍ରୁତ ଇଂଟରନେଟ ସେବା ଯୋଗାଇବାରେ ବିଶେଷ ସହାୟକ ହେବ ।

ଜିସାଟ-୧୯
ଆଗାମୀ ଜୁନ ସାମରେ ମହାକାଶକୁ ଛଡାଯିବ ଜିସାଟ-୧୯ ଉପଗ୍ରହ
୧ ସେକେଣ୍ଡରେ ୪ ଗିଗାବାଇଟ ଡାଟା ଟ୍ରାନ୍ସଫର କରିବ ଜିସାଟ-୧୯
ଜିସାଟ-୧୯ ୪ଟି ଉପଗ୍ରହ ସହ ସମାନ କାରଣ ଏଥିରେ ୮ଟି ବିମ ରହିଛି
ଦ୍ରୁତତମ ଇଂଟରନେଟ୍ ଓ ଫୋନ ସେବା ପାଇଁ ଏହା ସହାୟକ ହେବ

ଜିସାଟ-୧୧
ଚଳିତବର୍ଷ ଶେଷ ବେଳକୁ ମହାକାଶକୁ ଛଡାଯିବ ଜିସାଟ-୧୧ ଉପଗ୍ରହ
ଏହା ଜିସାଟ-୧୯ ଠାରୁ ଅଧିକ ଓଜନ ଏବଂ ଏଥିରେ ୧୬ଟି ବିମ୍ ରହିବ
ଏହା ଗୋଟିଏ ସେକେଣ୍ଡରେ ୧୩ ଗିଗାବାଇଟ ଡାଟା ଟ୍ରାନ୍ସଫର କରିବ

ଜିସାଟ-୨୦
୨୦୧୮ ମସିହା ଶେଷ ଆଡକୁ ଛଡାଯିବ ଜିସାଟ-୨୦ ଉପଗ୍ରହ
ଜିସାଟ-୨୦ ଉପଗ୍ରହରେ ଏକସଙ୍ଗରେ ୪୦ଟି ବିମ ରହିବ
୧ ସେକେଣ୍ଡରେ ୬୦ରୁ ୭୦ ଗିଗାବାଇଟ ଡାଟା ଟ୍ରାନ୍ସଫର କରିବ

ଇସ୍ରୋର ଅଧ୍ୟକ୍ଷ କିରଣ କୁମାରଙ୍କ ସୂଚନା ଅନୁସାରେ ଏହି ତିନିଟି ଉପଗ୍ରହ ସାରା ଦେଶରେ ଇଂଟରନେଟ ସେବାକୁ ଅଧିକ ଦ୍ରୁତଗାମୀ କରିବାରେ ସହାୟକ ହେବ । ଏବେ ସାରା ଭାରତରେ ହାରାହାରି ୪.୧ ଏମବିପିଏସ ବେଗର ଇଂଟରନେଟ ସେବା ଉପଲବ୍ଧ ଅଛି । ଯାହା ବିଶ୍ୱ ମାନଚିତ୍ରରେ ଭାରତକୁ ୧୫୦ତମ ସ୍ଥାନରେ ରଖିଛି । ଇସ୍ରୋର ଏହି ୩ ଉପଗ୍ରହ ଇଂଟରନେଟ ବ୍ୟବହାର କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ ଆଣିବ ବୋଲି ଦାବି କରାଯାଇଛି ।