କଳିଙ୍ଗ ଷ୍ଟାଡିୟମରେ ଏସିଆନ ଆଥଲେଟିକ ଚାମ୍ପିୟନସିପ୍ ଅନୁଷ୍ଠିତ ! ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବିମୋହିତ ହେଲେ ଦର୍ଶକ

45

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ରବିବାର ଥିିଲା ନିଆରା ମାହୋଲ । ନୃତ୍ୟ, ଗୀତ, ଆତସବାଜିର ରଙ୍ଗାରଙ୍ଗ ଉତ୍ସବ ଭିତରେ ଓଲିିଉଡ ତାରକା ଏବଂ ଅନ୍ତଜାର୍ତୀୟ କ୍ରୀଡାବିତଙ୍କ ଉପସ୍ଥିତି ଦର୍ଶକଙ୍କୁ ମତୁଆଲା କରିଥିିଲା ।

ଅବସର ଥିଲା ଏସୀୟ ଦୌଡକୁଦ ପ୍ରତିଯୋଗୀତାର ୨୨ ତମ ସଂସ୍କରଣ ଆନୁଷ୍ଠାନିକ ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଆନୁଷ୍ଠାନିକ ଘୋଷଣା ସହିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଅତିଯୋଗୀତାରେ ଲୋଗୋ ଓ ମାସ୍କଟ ଉନ୍ମୋଚନ କରିଥିଲେ ।

କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟ୍ସ କମ୍ପେଲକ୍ସରେ ଆୟୋଜିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅଲମ୍ପିଆନ ପିଟି ଉସା ଏବଂ ଅଞ୍ଜୁ ବବି ଜର୍ଜ ପ୍ରମୁଖ ଯୋଗ ଦେଇଥିଲେ । ଓଲିଉଡ ତାରକା ସବ୍ୟସାଚୀ ମିଶ୍ର ଅର୍ଚ୍ଚିତା ମହାନ୍ତି ତାଙ୍କର ଜଲୱା ପ୍ରଦର୍ଶନ କରିଥିଲେ । ଏହାସହ ଯୁବ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି ତାଙ୍କ ସ୍ୱରରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।