ବ୍ଲମବର୍ଗ ରିପୋର୍ଟରେ ଖୁଲାସା, ଭାରତରେ ସବୁଠାରୁୁ ଅଧିକ ବୀମା ସେଟଲମେଣ୍ଟରେ ଜାଲିଆତି

301

କନକ ବ୍ୟୁରୋ : ଦେଶରେ ଏବେ ସରକାରୀ ବୀମା କମ୍ପାନୀ ବ୍ୟତୀତ ଘରୋଇ ବୀମା କମ୍ପାନୀମାନେ ବି ସେବା ଯୋଗାଇ ଦେଉଛନ୍ତି । ବୀମା ଦୁଇପ୍ରକାର ପ୍ରଥମଟି ଜୀବନ ବୀମା ଓ ଅନ୍ୟଟି ନିର୍ଜିବ ବୀମା ଅର୍ଥାତ ଗାଡି ମୋଟର, କମ୍ପାନୀ, ଚାଷ ଉପରେ ବୀମା । ଏସବୁ କରିବା ପଛରେ ଗୋଟିଏ କାରଣ ହେଉଛି ଜଣେ ମରିଗଲେ ତା ପରିବାର କିଭଳି ସୁଖରେ ବଞ୍ଚିବ ବା ମୃତ୍ୟୁ ପରେ ପରିବାର ଉପରେ ଯେଭଳି ଆର୍ଥକ ବୋଝ ନପଡିବ ତାହାକୁ ନଜରରେ ରଖି ଲୋକମାନେ ଜୀବନ ବୀମା କରିଥାନ୍ତି । ହେଲେ ବ୍ଲମବର୍ଗ ରିପୋର୍ଟ କହୁଛି କି ଗତ ୭ ବର୍ଷ ମଧ୍ୟରେ ଜାଲ କାଜଗପତ୍ର ଦେଖାଇ ଅନେକ ଠକ ଦେଶର ବୀମା କମ୍ପାନୀମାନଙ୍କ ଠାରୁ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ଜାଲ ସେଟଲମେଣ୍ଟ କରାଇ ନେଇଛନ୍ତି ।

କେମିତି କରାଯାଉଛି ଜାଲ ବୀମା ସେଟଲମେଣ୍ଟ ତାହାର କିଛି ଉଦାହରଣ ଆମେ ଏଠାରେ ଆପଣମାନଙ୍କୁ କହିବାକୁ ଯାଉଛୁ । ଏହି ଜାଲବୀମା ସେଟଲମେଣ୍ଟ କରାଇବାରେ ମୁଖ୍ୟ ଭୂମିକା ନେଉଛନ୍ତି ବୀମା ସେଟଲମେଣ୍ଟ ଅଡିଟର ବା ଯାହକୁ ବୀମା କମ୍ପାନୀମାନଙ୍କ ଭାଷାରେ ଅଣ୍ଡର ରାଇଟର ବୋଲି କୁହାଯାଇଥାଏ ।

  •  ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଦସ୍ତାବିଜ ଦେଇ ପ୍ରଥମେ ବୀମା କମ୍ପାନୀରୁ ବୀମା କିଣା ଯାଉଛି । ଏହାର କିଛିଦିନ ପରେ ତାଙ୍କ ମୃତ୍ୟୁର କାଜଗପତ୍ର ବୀମା କମ୍ପାନୀରେ ଜମା କରି କମ୍ପାନୀ ଠାରୁ ବୀମା ଅର୍ଥ ଆଦାୟ କରାଯାଉଛି ।
  •  ଜନ୍ମ ହୋଇ ନଥିବା ବ୍ୟକ୍ତିଙ୍କୁ ମିଛ କାଗଜପତ୍ରରେ ଜନ୍ମ କରାଇ ତାର ସ୍କୁଲ ଆଡମିଶନ କରାଯାଉଛି । ଏହାପରେ ସେହି ପିଲାନାମରେ ବୀମା କମ୍ପାନୀରୁ ମୋଟା ଅଙ୍କର ବୀମା ପଲିସି କିଣାଯାଉଛି । ଏହାର କିଛିଦିନ ପରେ ସେହି ଜାଲ କାଗଜପତ୍ରରେ ତାକୁ ମାରି ଦିଆଯାଉଛି । ଏନେଇ ବୀମା କମ୍ପାନୀ ନିକଟରେ ବୀମା ପାଇଁ ଆବେଦନ କରି ମୋଟା ଅଙ୍କର ଅର୍ଥ ଲୁଟ କରାଯାଉଛି ।
  •  ତୃତୀୟ ପକ୍ରିୟାରେ କିଛି ଲୋକଙ୍କ ଡାଟା ପ୍ରଥମେ ବୀମା କମ୍ପାନୀରୁ ଚୋରାଇ ନେଉଛନ୍ତି ସାଇବର ଠକମାନେ । ଏହାପରେ ସେମାନଙ୍କୁ ଜାଲ କାଗଜପତ୍ରରେ ମାରି ଦିଆଯାଉଛି । ଏହାସହ ସାଇବର ଠକ ନିଜକୁ ମୃତ ବ୍ୟକ୍ତିର ଉତ୍ତରାଧିକାରୀ ଭାବେ ସମସ୍ତ କାଗଜପତ୍ର ପସ୍ତୁତ କରି ବୀମା କମ୍ପାନୀରୁ ଅର୍ଥ ଲୁଟ କରୁଛି ।

ଏନେଇ ବୀମା ଅଡିଟ କମ୍ପାନୀ ଡେଲାୟଟର ରିପୋର୍ଟ କହୁଛି କି ଭାରତୀୟ ବୀମା ଶିଳ୍ପରୁ ୨୦୧୨-୨୦୧୯ ମସିହା ମଧ୍ୟରେ ଏଭଳି ଭାବେ ୨.୨ ଲକ୍ଷ କୋଟି ଟଙ୍କା ଠକି ନେଇଛନ୍ତି ।