ପୂର୍ବ ଓ ପଶ୍ଚିମ ଦେଶର ଲୋକଙ୍କ ତୁଳନାରେ ଭାରତୀୟଙ୍କ ମସ୍ତିଷ୍କ ଛୋଟ । ହାଇଦ୍ରାବାଦ ଆଇଆଇଆଇଟି ପକ୍ଷରୁ ହୋଇଥିବା ଗବେଷଣାରୁ ଆସିଲା ଚିତ୍ର ।

335

କନକ ବ୍ୟୁରୋ : ପୂର୍ବ ଓ ପଶ୍ଚିମ ଦେଶର ଲୋକଙ୍କ ତୁଳନାରେ ଭାରତୀୟ ଲୋକଙ୍କ ମସ୍ତିଷ୍କ ଛୋଟ । ହାଇଦ୍ରବାଦର ଏକ ସଂସ୍ଥା ପକ୍ଷରୁ ହୋଇଥିବା ଗବେଷଣାରୁ ଏହି ଚିତ୍ର ସାମ୍ନାକୁ ଆସିଛି । ଲମ୍ବା, ଚଉଡା ଏବଂ ଘନତ୍ୱ ଦୃଷ୍ଟିରୁ ଭାରତୀୟଙ୍କ ମସ୍ତିଷ୍କ ପୂର୍ବ ଓ ପଶ୍ଚିମ ଲୋକଙ୍କଠାରୁ ସାମାନ୍ୟ ଛୋଟ ବୋଲି ଏହି ଗବେଷଣାରୁ ଜଣାପଡିଛି । ହାଇଦ୍ରାବାଦ ଟ୍ରିପଲ-ଆଇଟି, ପ୍ରଥମ ଥର ଲାଗି ଇଣ୍ଡିଆନ ବ୍ରେନ ଆଟଲାସ ତିଆରି କରିଛି ।

ମସ୍ତିଷ୍କ ସହ ଜଡିତ ବିଭିନ୍ନ ରୋଗ ଓ ସମସ୍ୟାକୁ ଆଧାର କରି ଏଭଳି ଗବେଷଣା କରାଯାଇଛି । ଏହି ଗବେଷଣା ଦ୍ୱାରା ମସ୍ତିଷ୍କ ସହ ଜଡିତ ବିଭିନ୍ନ ସମସ୍ୟା ଜାଣିବା ଅଧିକ ସହଜ ହେବ । ଏଭଳି ଗବେଷଣା ସମ୍ବଳିତ ସନ୍ଦର୍ଭ ନ୍ୟୁରୋଲଜି ଇଣ୍ଡିଆ ନାମକ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଏହି ଗବେଷଣା ଇଂଟରନ୍ୟାସନାଲ ଇନିଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜି ପକ୍ଷରୁ କରାଯାଇଛି । ସଂସ୍ଥାର ଜଣେ ବିଶେଷଜ୍ଞଙ୍କ କହିବା ଅନୁସାରେ, ମସ୍ତିଷ୍କ ସହ ଜଡିତ ବିଭିନ୍ନ ରୋଗକୁ ନଜର ରଖିବା ପାଇଁ ମନିଟ୍ରଲ ନ୍ୟୁରୋଲୋଜିକାଲ ଇନଷ୍ଟିଚ୍ୟୁଟ, ଏମଏନଆଇକୁ ମାନକ ରୂପେ ବ୍ୟବହାର କରାଯାଇଛି । ଆଉ ଗବେଷଣା ବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି ।