ରେଳଯାତ୍ରୀ ମନେ ରଖନ୍ତୁ ୪ଟି ନମ୍ବର ! କୌଣସି ବି ସମସ୍ୟା ହେଲେ ମିନିଟରେ ହୋଇପାରିବ ସମାଧାନ
ଭାରତର ଅଧିକାଂଶ ଲୋକ ଯାତାୟତ ପାଇଁ ଟ୍ରେନ ଉପରେ ନିର୍ଭରଶୀଳ । ଭାରତରେ ଯାତାୟତର ଏକ ପ୍ରମୁଖ ମାଧ୍ୟମ ହେଉଛି ଟ୍ରେନ । କାରଣ ଟ୍ରେନ ଯାତ୍ରାରେ ସମୟ ବଞ୍ଚିବା ସହ ଖର୍ଚ୍ଚ ମଧ୍ୟ କମ ହୁଏ । ତେବେ ବର୍ତ୍ତମାନ ସମୟରେ ଚଳନ୍ତା ଟ୍ରେନରେ ଚୋରୀ, ପକେଟମାର,ଅସଦାଚରଣ,ହତ୍ୟା ଆଦି ଖବର ବିଭିନ୍ନ ସମୟରେ ଶୁଣିବା ପାଇଁ ମିଳୁଛି । ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ନିୟମିତି ବ୍ୟବଧାନରେ କିଛି ନାଁ କିଛି ପଦକ୍ଷେପ ନେଉଛି । ଯାତ୍ରୀମାନେ କିପରି ସୁବିଧାରେ ଯିବାଆସିବା କରିବେ ସେନେଇ ରେଳବାଇ ସଜାଗ ଥାଏ । ତେବେ ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀମାନେ ମଧ୍ୟ ସଚେତନ ହେବା ଜରୁରୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ଯଦି ଆପଣ ମଧ୍ୟ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ରେଳବିଭାଗର କିଛି ନିୟମ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ । ଅଧିକାଂଶ ଯାତ୍ରୀ ନିୟମ ଜାଣିନଥିବାରୁ ଅନେକ ସମୟରେ ହଇରାଣ ପଡ଼ନ୍ତି । ରେଳ ବିଭାଗର ଏପରି କିଛି ନିୟମ ରହିଛି ଯାହା ଯାତ୍ରୀ ମାନେ ଜାଣିବା ଆବଶ୍ୟକ । ଯଦ୍ୱାରା ଅଳ୍ପ ସମୟ ମଧ୍ୟରେ ହିଁ ଯାତ୍ରୀଙ୍କ ସମସ୍ୟାର ସମାଧାନ ହେବ । ରେଳ ଟିକେଟ କଲା ସମୟରେ ଯଦି କେହି ଲାଞ୍ଚ ଦାବି କରେ କିମ୍ବା ଟିକେଟ କନଫର୍ମ ନକରେ, ତେବେ ଚିନ୍ତା କିଛି ନମ୍ବର ଡାଏଲ କରି ହିଁ ଆପଣଙ୍କ ସମସ୍ୟାର ସମାଧାନର ହୋଇଯିବ ।
ୱେଟିଂ ଟିକଟ କନଫର୍ମ କରିବା ପାଇଁ ଓ ଅନ୍ୟ ସେବା ପାଇଁ ରେଳବାଇ କର୍ମଚାରୀ ଓ ଟିଟିଇ ଟଙ୍କା ଦାବି କଲେ ଯାତ୍ରା ସମୟରେ ରେଳଯାତ୍ରୀ ଅଭିଯୋଗ କରିପାରିବେ । ଭାରତୀୟ ରେଳବାଇ ଦୁର୍ନୀତିମୁକ୍ତ ସେବା ଯୋଗାଇବା ପାଇଁ କିଛି ମୋବାଇଲ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି । ଏହି ପ୍ରକାର କିଛି ଅଭିଯୋଗ ପାଇଁ ଯାତ୍ରୀ ମୋବାଇଲ ହେଲ୍ପଲାଇନ ନମ୍ବର ୧୫୨୨୧୦ ଓ ଭିଜିଲାନ୍ସ ହେଲ୍ପ ଲାଇନ୍ ନମ୍ବର ୯୭୧୭୬୩୮୮୯୨, ୯୮୬୮୧୭୫୬୩୧ ଡାଏଲ କରିପାରିବେ । ଏହାସହ ରେଳବାଇ ଖାଦ୍ୟପେୟ ସମ୍ମନ୍ଧିତ ଅଭିଯୋଗ ପାଇଁ ସର୍ବଭାରତୀୟ ହେଲ୍ପ ଲାଇନ୍ ନମ୍ବର ୧୪୮ ରେ ସମ୍ପର୍କ କରିପାରିବେ ।