ଓଡିଶା ପାଇଁ ପୁଣି ଗୌରବ ଆଣିଲେ ଓଡିଆ ଝିଅ । ରାଇଜିଂ ଷ୍ଟାର ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରୁ ଉତିନ୍ନ ହୋଇଛନ୍ତି ଅନନ୍ୟା । 

ଇଣ୍ଡିଆନ ଆଇଡଲ ଜୁନିଅରର ବିଜେତା ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିବା କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ ରାଜ୍ୟ ପାଇଁ ଆଉ ଏକ ଖୁସି ଖବର ଆଣିଛନ୍ତି ।

2,930
କନକ ବ୍ୟୁରୋ: ଇଣ୍ଡିଆନ ଆଇଡଲ ଜୁନିଅରର ବିଜେତା ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିବା କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ ରାଜ୍ୟ ପାଇଁ ଆଉ ଏକ ଖୁସି ଖବର ଆଣିଛନ୍ତି । ଏକ ଘରୋଇ ଚ୍ୟାନଲେରେ ପ୍ରସାରିତ ହେଉଥିବା ରାଇଜିଂ ଷ୍ଟାରର ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରୁ ଉତିନ୍ନ ହୋଇଛନ୍ତି ଅନନ୍ୟା ।
ଶନିବାର ଓ ରବିବାର ରାତି ୯ଟାରୁ ୧୧ଟାରେ ପ୍ରସାରିତ ରାଇଜିଂ ଷ୍ଟାର ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ବିଚାରକଙ୍କ ମନ କିଣୁଥିଲେ ବି ତାଙ୍କ ସପକ୍ଷରେ ଯଥେଷ୍ଟ ଭୋଟ ମିଳୁ ନଥିବା ଜଣାପଡିଛି । ତେଣୁ ଅନନ୍ୟାଙ୍କୁ ଓଡିଶାବାସୀ ଭୋଟ ଦେଇ ବିଜୟୀ କରିବାକୁ ଅନନ୍ୟା ଓ ତାଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । ଅନନ୍ୟାଙ୍କୁ ଭୋଟ ଦେବା ପାଇଁ ଭୁଟ୍ ଆପ୍ ଡାଉନଲୋଡ କରି ସେ ଗାଇବା ଆରମ୍ଭ କରିବା ମାତ୍ରେ ଗ୍ରୀନ ସ୍ୱାଇପ୍ କରିବାକୁ ପଡିବ । ତେଣୁ ତାଙ୍କୁ ଭୋଟ ଦେଇ ଜାତୀୟ ସ୍ତରରେ ପୁଣି ବିଜୟୀ କରାଇବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଓଡିଶାର ଏହି ଉଦୀୟମାନ କଣ୍ଠଶିଳ୍ପୀ ।