ଚଳିତ ବର୍ଷଠାରୁ ଦ୍ରୁତଗତିରେ ବଢିବ ଭାରତୀୟ ଅର୍ଥ ବ୍ୟବସ୍ଥା ! ଚୀନରେ ଦେଖାଯିବ ମାନ୍ଦା ଅବସ୍ଥା : ଆଇଏମଏଫ

ଚଳିତ ବର୍ଷ ଦ୍ରୁତଗତିରେ ବଢିବ ଭାରତୀୟ ଅର୍ଥ ବ୍ୟବସ୍ଥା

132

କନକ ବ୍ୟୁରୋ : ଭାରତୀୟ ଅର୍ଥ ବ୍ୟବସ୍ଥା ୨୦୧୯ରେ ୭.୫ ପ୍ରତିଶତ ଓ ଆସନ୍ତା ବର୍ଷ ଅର୍ଥାତ ୨୦୨୦ ମସିହାରେ ୭.୭ ପ୍ରତିଶତ ରହିବ ବୋଲି ଆଏମଏଫ୍ କହିଛି । ଏହାସହ ସେହି ତୁଳନାରେ ଚୀନର ଅର୍ଥାବସ୍ଥା ୬.୨ ପ୍ରତିଶତରେ ଅପରିବର୍ତିତ ରହିପାରେ ବୋଲି ଆକଳନ କରାଯାଇଛି ।କାରଣ ହାର ପ୍ରମୁଖ କାରଣ ଅଶୋଧିତ ତୈଳର ମୂଲ୍ୟରେ ହ୍ରାସ ଏବଂ ମୁଦ୍ରସ୍ପିତିରେ କମ ଚାପ ହେବ । ଏହାସହ ଗତକାଲି ଆଇଏମଏଫ ଏପରି ଆକଳନ କରିଥିବା ନେଇ ସୂଚନା ମିଳିଛି ।

 

ଏହାସହ ଭାରତୀୟ ଅର୍ଥାବସ୍ଥାରେ କୁହାଯାଇଛି ଯେ, ଆମେ ବର୍ତମାନ ସାରା ବିଶ୍ୱର ଅର୍ଥନୀତି ଉପରେ ଯଦି ନଜର ପକାଇବା ତେବେ ଜାଣିପାରିବା ଭାରତର ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ହେଉଛି । ଭାରତ ସହ ଚାଇନା ତୁଳନା କରାଗଲେ ଭାରତର ଅର୍ଥନୀତି ବଢିବ । ଚୀନ ନିଜେ ହିଁ ଏନେଇ ଦାୟୀ ବୋଲି କୁହାଯାଉଛି । ୨୦୧୭ ମସିହାରେ ଚାଇନାରେ ୬.୯ ପ୍ରତିଶତ ଅର୍ଥାବସ୍ଥା ରହିଥିଲା । କିନ୍ତୁ ସେଠାରେ ଅଭିବୃଦ୍ଧିହାର କମିଛି ।