ଅବସର ନେଲେ ଭାରତୀୟ କ୍ରିକେଟର ଉନ୍ମୁକ୍ତ ଚାନ୍ଦ । ଏହି ଦେଶ ପାଇଁ କ୍ରିକେଟ ଖେଳିବା ନେଇ ହେଉଛି ଆଲୋଚନା

573

କନକ ବ୍ୟୁରୋ: ଭାରତୀୟ କ୍ରିକେଟରୁ ଅବସର ନେଲେ ଉନ୍ମୁକ୍ତ ଚାନ୍ଦ । ଉନ୍ମକ୍ତ ୨୦୧୨ ଅଣ୍ଡର ୧୯ ବିଶ୍ୱକପରେ ଭାରତକୁ ବିଜୟୀ କରାଇଥିଲେ । ଏହି ଟିମରେ ଉନ୍ମୁକ୍ତ ଭାରତୀୟ ଦଳର ଅଧିନାୟକ ଥିଲେ । ବର୍ତ୍ତମାନ କ୍ରିକେଟ ଜଗତକୁ ବାଏ ବାଏ କହିଛନ୍ତି ଏହି ଖେଳାଳି । ଏବେ ଆମେରିକା ପାଇଁ ଉନ୍ମୁକ୍ତ ଚାନ୍ଦ କ୍ରିକେଟ ଖେଳିବା ନେଇ ଆଲୋଚନା ହେଉଛି ।

ଉନ୍ମୁକ୍ତ ଚାନ୍ଦ ଟ୍ୱିଟ କରି ନିଜ ଅବସର ନେଇ ଘୋଷଣା କରିଛନ୍ତି । ତେବେ ଆମେରିକା ପାଇଁ ଖେଳିବା ନେଇ ସେ କୌଣସି ପ୍ରକାର ପ୍ରତିକ୍ରିୟା ରଖି ନାହାନ୍ତି ।

ଉନ୍ମୁକ୍ତ ଦିଲ୍ଲୀ ଓ ଉତ୍ତରାଖଣ୍ଡ ପାଇଁ ଘରୋଇ କ୍ରିକେଟ ମଧ୍ୟ ଖେଳି ସାରିଛନ୍ତି । ୨୦୧୨ରେ ଚମତ୍କାର ପ୍ରଦର୍ଶନ କରି ଟିମ ଇଣ୍ଡିଆକୁ ବିଶ୍ୱ ବିଜୟୀ କରାଇଥିଲେ । ଏହାପରେ ଆଇପିଏଲରେ ଦିଲ୍ଲୀ ଡେୟାର ଡେଭିଲ୍ସ, ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିଲେ । ହେଲେ ଭଲ ପ୍ରଦର୍ଶନ କରିପାରିନଥିଲେ । ତେଣୁ ତାଙ୍କୁ ଆଗକୁ ସୁଯୋଗ ମିଳିନଥିଲା ।