ଭାରତୀୟ ସେନା ହତ୍ୟା ଘଟଣାର ପ୍ରତିଶୋଧ ନେଲା ଭାରତ ! ଜବାବୀ ଆକ୍ରମଣରେ ୭ ପାକିସ୍ତାନୀ ସେନା ନିହତ, ୪ ଜଣ ଆହତ

40

କନକ ବ୍ୟୁରୋ : ୭୦ ତମ ସେନା ଦିବସରେ ପାକିସ୍ତାନକୁ ଭାରତ ଦେଇଛି ବଡ ଝଟକା । ଜଣେ ଭାରତୀୟ ସେନାର ଯବାନଙ୍କୁ ଗୁଳିକରି ହତ୍ୟା କରିବା ପରେ ଆଜି ୭ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୁଣ୍ଡ ଗଡାଇଛନ୍ତି ସେନାର ବୀର ଯବାନ । ସେନାର ଏହି ଅପରେସନରେ ୪ ଜଣ ପାକିସ୍ତାନୀ ଯବାନ ଆହତ ମଧ୍ୟ ହୋଇଛନ୍ତି । ଖାଲି ସେତିକି ନୁହେଁ, ଉରି ସେକ୍ଟରରେ ଅନୁପ୍ରବେଶ କରୁଥିବା ୬ ଜଣ  ଆତଙ୍କବାଦୀଙ୍କୁ ନିପାତ ବି କରିଛନ୍ତି । ଘଟଣାସ୍ଥଳରୁ ଏକେ-୪୭ ରାଇଫଲ ସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ଜବତ କରିଛି ସେନା ।

Indian army kills 7 Pak soldiers, 5 JeM terrorists in J&Kଏଲଓସିର ପୁଂଚ ସେକ୍ଟରରେ ସେନାର ବଡ ଧରଣର ଅପରେସନ୍ । ରକ୍ତର ବଦଲା ରକ୍ତରେ ନେଇଛି ସେନା । ଶନିବାର ରଜୌରୀ ସେକ୍ଟରରେ ପାକିସ୍ତାନ ଗୁଳିରେ ଜଣେ ଭାରତୀୟ ଯବାନ ପ୍ରାଣ ହରାଇବା ପରେ ପ୍ରତିଶୋଧ ନେଇଛି ଇଣ୍ଡିଆନ୍ ଆର୍ମି । ଦେଖାଇ ଦେଇଛି କଣ କରିପାରେ ଭାରତ । ସକାଳ ପ୍ରାୟ ୬ଟାରେ ଗୋଟିଏ ପଟେ ପୁଂଚରେ ପ୍ରତିଶୋଧ ନେଉଥିଲା ସେନା ଆଉ ଅନ୍ୟପଟେ ଉରି ସେକ୍ଟରରେ ଆତଙ୍କୀ କରୁଥିଲେ ଅନୁପ୍ରବେଶ । ଯାହାର ଖବର ପହଁଚିଥିଲା ସେନା ପାଖରେ । ପ୍ରାୟ ଘଂଟାଏ ଧରି ଆତଙ୍କୀ ଓ ଯବାନଙ୍କ ମଧ୍ୟରେ ଚାଲିଲା ଗୁଳି ବିନିମୟ । ପରେ ସେନାର ଗୁଳିରେ ପ୍ରାଣ ହରାଇଲେ ୬ ଜଣ ଜୈସ୍ ଆତଙ୍କବାଦୀ । ଘଟଣାସ୍ଥଳରୁ ବ୍ୟାପକ ପରିମାଣର ଅସ୍ରଶସ୍ତ୍ର, ଗୁଳିଗୋଳା, ବିସ୍ଫୋରକ ଜବତ କରିଛି ସେନା ।

ଜାନୁଆରୀ ୧୫ । ଆଜି ସେନା ପାଳୁଛି ୭୦ ତମ ଆର୍ମି ଡେ । ଆଉ ଆଜିର ଦିନରେ ପାକିସ୍ତାନକୁ ଭାରତୀୟ ଯବାନ ଦେଇଛନ୍ତି କଡ଼ା ଜବାବ୍ । ସେନାମୁଖ୍ୟ କହିଛନ୍ତି, ସୀମାରେ ଆତଙ୍କବାଦ ରୋକିବାକୁ ଭାରତ କଡା ପଦକ୍ଷେପ ନେଉଛି ଆଉ ଆକ୍ରମଣ ପାଇଁ ଭାରତକୁ ବାଧ୍ୟ କଲେ , ଏହାର ପରିଣାମ ଆହୁରି ଭୟଙ୍କର ହେବ । ଗୋଟିଏ ଦିନରେ ୭ ଜଣ ପାକିସ୍ତାନୀ ସୈନ୍ୟ ଏବଂ ୬ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ପାକିସ୍ତାନକୁ ଦେଖାଇଦେଇଛି ଭାରତର ଦମ୍ ।