ଭାରତ-ୱେଷ୍ଟଇଣ୍ଡିଜ ପ୍ରଥଟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

78

କନକ ବ୍ୟୁରୋ: ଆଜି ଭାରତ ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇ ୱେଷ୍ଟଇଣ୍ଡିଜ ଦଳ । ଘରୋଇ ମାଟିରେ ଭାରତ ଏହି ସିରିଜ ଜିତିବାକୁ ପ୍ରୟାସ କରିବ । ସେହିପରି ୱେଷ୍ଟଇଣ୍ଡିଜ ଦିନିକିଆର ବଦଲା ନେବାକୁ ମୈଦାନକୁ ଓହ୍ଲାଇବ ।

ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଟି-୨୦ ମ୍ୟାଚ ଖେଳିବ । ଆଉ ଏହି ସମସ୍ତ ଟି-୨୦ ମ୍ୟାଚ କୋଲକାତାର ଇଡେନ ଗାର୍ଡେନରେ ଅନୁଷ୍ଠିତ ହେବ । ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ ଖେଳି କ୍ଲିନ ସୁଇପ କରିଥିଲା ।