ଭାରତର ଖରାପ ବୋଲିଂ ! ଦୁଇ ଓପନରଙ୍କ ଦମଦାର ଅର୍ଦ୍ଧଶତକ, ଦୃଢ ସ୍ଥିତିରେ ଇଂଲଣ୍ଡ ।

106

କନକ ବ୍ୟୁରୋ : ସୁପରସଣ୍ଡେର ସୁପର ମୁକାବିଲା । ବିଶ୍ୱକପର ୩୮ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଏବଂ ଇଂଲଣ୍ଡ । ବର୍ମିଂହାମରେ ଖେଳାଯାଉଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ତେବେ ପ୍ରଥମରୁ ଭାରତ ଖରାପ ବୋଲିଂ ପ୍ରଦର୍ଶନ କରିଛି । ଇଂଲଣ୍ଡର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜସନ ରୟ ଏବଂ ଜନି ବେୟାରଷ୍ଟ୍ରୋ ଦମଦାର ବ୍ୟାଟିଂ କରିବା ସହ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଇଂଲଣ୍ଡର ଦମଦାର ଶୁଭାରମ୍ଭ । ପ୍ରଥମରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରୁଛି ଇଂଲଣ୍ଡ । ବର୍ମିଂହାମରେ ବଡ ବଡ ସଟ୍ ଖେଳୁଛନ୍ତି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ । ରିପୋର୍ଟ ଲେଖା ହେବା ସୁଦ୍ଧା ଇଂଲଣ୍ଡ ୧୭ ଓଭରରେ କୌଣସି ୱିକେଟ୍ ନହରାଇ ୧୨୪ ରନ୍ ସଂଗ୍ରହ କରିଛି । ଜନି ବେୟାରଷ୍ଟ୍ରୋ ୬୨ ଏବଂ ଜସନ ରୟ ୫୭ ରନ କରି କ୍ରିଜରେ ଅଛନ୍ତି ।