ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜର ଶେଷ ୩ଟି ମ୍ୟାଚ୍ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ଘୋଷଣା କରାଯାଇଥିବା ୧୫ ଜଣିଆ ଟିମରେ ଦୁଇ ଫାଷ୍ଟ ବୋଲର ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମରାହଙ୍କୁ ସ୍ଥାନ ଦିଆଯାଇଛି । ତେବେ ମହମ୍ମଦ ସାମିଙ୍କୁ ଅବଶିଷ୍ଟ ମ୍ୟାଚରୁ ବାଦ୍ ଦିଆଯାଇଛି । ସେହିଭଳି ଖଲିଲ ଅହମ୍ମଦ ଟିମରେ ନିଜ ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
Announcement: #TeamIndia for last three ODIs against Windies announced. Jasprit Bumrah & Bhuvneshwar Kumar are back in the side #INDvWI pic.twitter.com/jzuJw4Sana
— BCCI (@BCCI) October 25, 2018
ଦିନିିକଆ ସିରିଜର ୩ୟ ମ୍ୟାଚ ୨୭ ଅକ୍ଟୋବରରେ ଖେଳାଯିବ । ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ପ୍ରଥମ ମ୍ୟାଚ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚଟି ଟାଇ ହୋଇଥିଲା । ଆଉ ଏହାସହ ଭାରତ ଏବେ ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ଗତକାଲି ଖେଳାଯାଇଥିବା ରୋମାଞ୍ଚକର ମୁକାବିଲା ବିନା ଫଳାଫଳରେ ଶେଷ ହେବା ପରେ ଆଜି ୧୫ ସଦସ୍ୟ ବିଶିଷ୍ଟ ଟିମର ଘୋଷଣା କରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିସିସିଆଇ । ଚତୁର୍ଥ ଦିନିକିଆ ୨୯ ଅକ୍ଟୋବରରେ ମୁମ୍ବାଇରେ ଖେଳାଯିବାକୁ ଥିବା ବେଳେ ପଞ୍ଚମ ତଥା ଶେଷ ଦିନିକିଆ ୧ ନଭେମ୍ବରରେ ଖେଳାଯିବ ।
ଭାରତୀୟ ଟିମ୍ : ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧୱନ, ଅମ୍ବାତି ରାୟଡୁ, ରିଷଭ ପନ୍ଥ, ଏମଏସ ଧୋନି, ରବୀନ୍ଦ୍ର ଜାଡେଜା, କୁଳଦୀପ ଯାଦ. ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହ, ଖଲିଳ ଅହମ୍ମଦ, ଉମେଶ ଯାଦବ, ମନୀଷ ପାଣ୍ଡେ, କେଏଲ ରାହୁଲ