ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ସଂଜୟ ରାଉତଙ୍କ ପ୍ରତିକ୍ରିୟା, ମେଣ୍ଟକୁ ନେଇ ଦେଲେ ଚେତାବନୀ

123

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରାକ୍ରମରେ ବୀର ସାବରକରଙ୍କ ଉପରେ ଦେଇଥିବା ବୟାନକୁ ନେଇ ଶିବସେନା ନେତା ସଂଜୟ ରାଉତ ପ୍ରତିକ୍ରିୟା ଦେଇଛନ୍ତି । ସଂଜୟ ରାଉତ ଚେତାବନୀ ଦେଇ କହିଛନ୍ତି କି, ରାହୁଲଙ୍କ ଏଭଳି ବୟାନ ମହାରାଷ୍ଟ୍ରରେ କଂଗ୍ରେସ, ଶିବସେନା ଓ ଏନସିପି ମଧ୍ୟରେ ଥିବା ମେଣ୍ଟ ଉପରେ ପ୍ରଭାବ ପକାଇପାରେ ।

ଏହାସହ ସଂଜୟ ତାଙ୍କ ବୟାନରେ କହିଛନ୍ତି କି ଭାରତ ହେଉଛି ଜବାହରଲାଲ ନେହରୁଙ୍କ ଭୂମୀ । ଦେଶର ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ବଳି ଦେଇଥିବା ପ୍ରତିଟି ନେତା ବୀର ସବରକରଙ୍କ ଠାରୁ ସୁବାଶ ବୋଷ, ପଣ୍ଡିତ ଜବାହରଲାଲ ନେହରୁ, ମହାତ୍ମା ଗାନ୍ଧୀଙ୍କୁ ମୁଁ ସମ୍ମାନ କରେ । ସେପଟେ ଦେଶପାଇଁ ନେହରୁ ଯାହା କରିଛନ୍ତି ତାହାକୁ ଦେଶ କେବେ ଭୁଲିପାରିବ ନାହିଁ ବୋଲି ସେ କହିଥିଲେ ।

ରାଉତ କହିଛନ୍ତି କି ନେହରୁ ଦେଶର ବିକାଶ ପାଇଁ ଅନେକ କାମ କରିଛନ୍ତି । ନେହରୁଙ୍କ ଯୋଗଦାନ ନଥିଲେ ଭାରତ ଏବେ ପାକିସ୍ତାନ ଭଳି ଅବସ୍ଥାରେ ଥାନ୍ତା ବୋଲି ସେ କହିଛନ୍ତି । ସେପଟେ ବୀର ସାବରକରଙ୍କୁ ଶିବସେନା ନିଜର ଆଦର୍ଶ ଭାବେ ଗ୍ରହଣ କରେ ବୋଲି ସଂଜୟ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ଉପରେ ରାହୁଲ ଗାନ୍ଧୀଙ୍କର ଏଭଳି ବୟାନ ଭବିଷ୍ୟତରେ ମେଣ୍ଟ ଉପରେ ପ୍ରଭାବ ପକାଇବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।

ସଂଜୟ ରାଉତଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ନାନା ପୋଟେଲ । ସେ କହିଛନ୍ତି କି ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ଯେଉଁନେତାମାନେ ପ୍ରତିକ୍ରିୟା ଦେଉଛନ୍ତି ସେମାନେ ଉତ୍ତର ରଖନ୍ତୁ କି ସାବରକରଙ୍କୁ ଇଂରେଜମାନେ କାହିଁକି ୬୦ ଟଙ୍କା ପେନସନ୍ ଦେଉଥିଲେ । ଏହି ମାମଲାରେ କଂଗ୍ରେସ ବୈଚାରିକ ତର୍କ କରିବାକୁ ଚାହେଁ ।