ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଲା ଭାରତ: ଯୋଗାଇଲା ୪୦ ହଜାର ମେଟ୍ରିକ ଟନ ପେଟ୍ରୋଲ

109

କନକ ବ୍ୟୁରୋ: ନାହିଁ ନଥିବା ଅସୁବିଧା ଦେଇ ଗତି କରୁଛନ୍ତି ଶ୍ରୀଲଙ୍କା ନାଗରୀକ । ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ରହିଥିବା ବେଳେ ଜରୁରୀ ମେଡିସିନ ଓ ପେଟ୍ରୋଲ ମଧ୍ୟ ସରିଯାଇଛି । ଏହାରି ଭିତରେ ଶ୍ରୀଲଙ୍କାକୁ ୪୦ ହଜାର ମେଟ୍ରିକ ଟନ ପେଟ୍ରୋଲ ଯୋଗାଇଛି ଭାରତ । ତେବେ ଦେଶରେ ପେଟ୍ରୋଲ ପହଂଚିବା ପରେ ଆକାଶ ଛୁଆଁ ହୋଇଛି ଦର । ପେଟ୍ରୋଲର ଲିଟର ପିଛା ଦର ୪୨୦ ରହିଥିବା ବେଳେ ଡିଜେଲର ଦର ରହିଛି ୪୦୦ ଟଙ୍କା । ଯାହାକୁ ନେଇ ଚୀନ୍ତାରେ ଶ୍ରୀଲଙ୍କା ନାଗରୀକ ।

ପେଟ୍ରୋଲ ଶୁନ୍ୟ ହୋଇ ଯାଇଥିବା ଦେଶ ଶ୍ରୀଲଙ୍କାକୁ ସହାୟତାର ହାତ ବଢାଇଛି ଭାରତ । ସୋମବାର ଶ୍ରୀଲଙ୍କାକୁ ୪୦ ହଜାର ମେଟ୍ରିକ ଟନ ପେଟ୍ରୋଲ ଯୋଗାଇଛନ୍ତି ଭାରତ ସରକାର । ଏ ନେଇ ଭାରତୀୟ ହାଇ କମିଶନ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ଶ୍ରୀଲଙ୍କାରେ ପେଟ୍ରୋଲ ପହଂଚିବା ପରେ ଏହାକୁ ଅଧିକ ଦାମରେ ବିକିବା ପାଇଁ ନିଷ୍ପତି ନେଇଛନ୍ତି ଶ୍ରୀଲଙ୍କା ସରକାର । ମଙ୍ଗଳବାର ଶ୍ରୀଲଙ୍କାରେ ଲିଟର ପିଛା ପେଟ୍ରୋଲ ଦର ୪୨୦ ଟଙ୍କାକୁ ବୃଦ୍ଦି ହୋଇଥିବା ବେଳେ ଡିଜେଲର ଲିଟର ପିଛା ଦର ୪୦୦ ଟଙ୍କା ରହିଛି । ପେଟ୍ରୋଲ ଦରରେ ୨୪ ପ୍ରତିଶତ ବୃଦ୍ଦି ହୋଇଥିବା ବେଳେ ଡିଜେଲ ଦରରେ ୩୮ ପ୍ରତିଶତ ବୃଦ୍ଦି ହୋଇଛି । ବର୍ଦ୍ଧିତ ତେଲ ଦରକୁ ନେଇ ଚିନ୍ତାରେ ଶ୍ରୀଲଙ୍କା ବାସି ।

ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦିନକୁ ଦିନ ଗମ୍ଭୀର ରୁପ ନେବାରେ ଲାଗିଛି । ଡାଲି, ଚାଉଳ, ପନିପରିବା. ଖୀର ଓ ଜରୁରୀ ଓøଷଧର ଘୋର ଅଭାବ ରହିଥିବା ବେଳେ ମଙ୍ଗଳବାର ଦେଶରେ ତେଲ ଦର ବୃି ହେବା ଦେଶବାସିଙ୍କ ସମସ୍ୟା ବଢାଇ ଦେଇଛି । ପରିବହନ ଖର୍ଚ୍ଚ ବଢୁଥିବା ବେଳେ ଆଗକୁ ଦୈନନ୍ଦିନ ସାମଗ୍ରୀର ମୁଲ୍ୟ ମଧ୍ୟ ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।

ଦେଶରେ ଅତ୍ୟାବଶ୍ୟକୀୟ ସାମଗୀର ଘୋର ଅଭାବ ରହିଥିବା ଯୋଗୁଁ ନାହିଁ ନଥିବା ଅସୁବିଧା ଦେଇ ଗତି କରୁଛନ୍ତି ଶ୍ରୀଲଙ୍କା ବାସି । ଏହାରି ଭିତେରେ ପେଟ୍ରୋଲ ଦରକୁ ନେଇ ଶ୍ରୀଲଙ୍କା ସରକାରଙ୍କ ଏକ ନିଷ୍ପତି ନାଗରୀକଙ୍କୁ ଶକ୍ତ ଝଟକା ଦେଇଛି । ତେବେ ଘଟଣାକୁ ନେଇ ଶ୍ରୀଲଙ୍କା ଶକ୍ତିମନ୍ତ୍ରୀ ଟୁଇଟ କରି କହିଛନ୍ତି, ବଦ୍ଦିତ ତେଲ ଦରରେ ସମସ୍ତ ପ୍ରକାର ଶୁଳ୍କକୁ ସାମିଲ କରାଯାଇଛି । ଏଥିରେ ସରକାର ଲାଭ ନେବାକୁ ହିସାବ କରି ନାହାନ୍ତି । ସେହିପରି ଶକ୍ତି ସଙ୍କଟକୁ ଦୁର କରିବା ପାଇଁ, ଘରୋଇ ସଂସ୍ଥା ଓ ଅନୁଷ୍ଠାନର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପ୍ରୋତ୍ସାହିତ କରାଯିବ, ଯାହା ଦ୍ୱାରା ଇନ୍ଧନର କମ ବ୍ୟବହାର ହେବ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ କାଂଚନା ୱିଜେସେକରା ।

ତେବେ ତେଲ ବୃଦ୍ଦି ହେବା ପରେ ଅଟୋରିକ୍ସା ଭଳି ସାଧାରଣା ପରିବହନ ଭଡା ମଧ୍ୟ ବୃଦ୍ଦି ପାଇଛି । କିଲୋମିଟର ପିଛା ଅଟୋରିକ୍ସା ଭଡା ୯୦ ଟଙ୍କା ରହିଥିବା ଜଣାପଡିଛି । ଆର୍ଥିକ ସଙ୍କଟକୁ ନେଇ ଦିନକୁ ଦିନ ବଢୁଥିବା ସମସ୍ୟା ନାଗରୀକଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଛି । ତେବେ ସମସ୍ୟା ଗୁଡିକର ସମାଧାନ ପାଇଁ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତା ଉପରେ ସଭିଙ୍କ ନଜର ରହିଛି ।