ଚଳିତ ବର୍ଷ ଭାରତ ଛାଡିବେ ୬୫୦୦ ଧନୀ! ଚୀନର ଅବସ୍ଥା ଆହୁରି ଖରାପ । କେଉଁ ଦେଶ ସେମାନଙ୍କ ପ୍ରଥମ ପ୍ରସନ୍ଦ?

735

କନକ ବ୍ୟୁରୋ: ଭଲ ଚାକିରି ବା ଅଧିକ ରୋଜଗାର ଉଦ୍ଦେଶ୍ୟରେ ପ୍ରତିବର୍ଷ ହଜାର ହଜାର ଲୋକ ବିଦେଶ ଯାଉଛନ୍ତି । କିନ୍ତୁ ଏସବୁ ଭିତରେ ଏପରି ଅନେକ ଧନୀ ବ୍ୟକ୍ତି ଅଛନ୍ତି ଯେଉଁମାନେ ପ୍ରତିବର୍ଷ ନିଜ ଦେଶ ଛାଡି ଅନ୍ୟ ଦେଶକୁ ଯାଇ ସେଠାରେ ସବୁଦିନ ପାଇଁ ରହିଯିବାକୁ ଉଚିତ ମନେ କରୁଛନ୍ତି ।
ଏକ ସର୍ଭେରୁ ଜଣାପଡିଛି ଯେ, ଚଳିତ ବର୍ଷ ମଧ୍ୟ ହଜାର ହଜାର ସଂଖ୍ୟାରେ ଧନୀ ଭାରତ ଛାଡିବେ । ତେବେ ସବୁଠାରୁ ଅଧିକ ଚୀନର ଧନୀକ ବ୍ୟକ୍ତି ବିଦେଶ ଯିବେ । ଭାରତ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଏତେ ସଂଖ୍ୟାରେ ଧନୀ ବ୍ୟକ୍ତି ନିଜ ଦେଶକୁ କାହିଁକି ଛାଡି ବିଦେଶକୁ ପଳାଉଛନ୍ତି, ତାହା ଚିନ୍ତାର ବିଷୟ ।

ହେନେଲ ପ୍ରାଇଭେଟ୍ ୱେଲଥ୍ର ୨୦୨୩ ରିପୋର୍ଟ ମୁତାବକ, ଚଳିତ ବର୍ଷ ପାଖାପାଖି ୬୫୦୦ ହାଇନେଟଓର୍ଥ ଧନୀ ଦେଶ ଛାଡି ଯାଇପାରନ୍ତି । ଅବଶ୍ୟ ଏହି ସଂଖ୍ୟା ଗତ ବର୍ଷ ତୁଳନାରେ କମ୍ ରହିଛି । କାରଣ ଗତ ବର୍ଷ ପାଖାପାଖି ୭ ହଜାର ଏନଏଚଆଇ ଭାରତ ଛାଡି ବିଦେଶ ଯାଇଥିଲେ ।

ଗତ ବର୍ଷ ୧୦,୮୦୦ ଧନୀ ଚୀନ୍ ଛାଡି ବିଦେଶ ପଳାଇଥିଲେ । ଏହି ତାଲିକାର ତୃତୀୟ ସ୍ଥାନରେ ଥିଲା ବ୍ରିଟେନ୍ । ଯେଉଁଠାରୁ ଚଳିତ ବର୍ଷ ପାଖାପାଖି ୩୨୦୦ କୋଟିପତି ବ୍ରିଟେନ୍ ଛାଡି ଯିବାର ଅନୁମାନ କରାଯାଉଛି । ସେହିପରି ୩ ହଜାର ହାଇନେଟଓର୍ଥ ଋଷ ଧନୀକ ଅନ୍ୟ ଦେଶକୁ ଯିବାର ରିପୋର୍ଟରେ ଉଲ୍ଲେଖ ରହିଛି ।