ଏଥର ଲୋୟର ପିଏମଜି ନୁହେଁ ବରଂ ପ୍ରଦର୍ଶନୀ ପଡ଼ିଆରେ ହେବ ପରେଡ୍। ଦିଲ୍ଲୀ ଢ଼ାଞ୍ଚାରେ ଭୁବନେଶ୍ୱରରେ ପାଳିତ ହେବ ସ୍ୱାଧିନତା ଦିବସ

ଭାଗ ନେବେ ନାହିଁ ଛାତ୍ରଛାତ୍ରୀ, ସାମରିକ କଳା-କୌଶଳ ପ୍ରଦର୍ଶନ କରିବେ ପୁଲିସ୍ ବାହିନୀ

122

କନକ ବ୍ୟୁରୋ: ଏଥର ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ ପରେଡ୍ । ଦିଲ୍ଲୀ ଶୈଳୀରେ ଏଥର ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ ପାଳନ କରିବା ନେଇ ନିଷ୍ପତ୍ତି ହୋଇଛି । ଏଥିରେ ପୂର୍ବଥରମାନଙ୍କ ଭଳି ଛାତ୍ରଛାତ୍ରୀମାନେ ପରେଡରେ ଭାଗ ନେଇପାରିବେ ନାହିଁ । ତେବେ ପୁଲିସ୍ କର୍ମଚାରୀମାନେ ସାମରିକ କଳା କୌଶଳ ପ୍ରଦର୍ଶନ କରିବେ ।

ଏଥର ଛାତ୍ରଛାତ୍ରୀମାନେ ଦର୍ଶକ ହୋଇ ପରେଡ୍ କାର୍ଯ୍ୟକ୍ରମକୁ ଉପଯୋଗ କରିବେ । ତେବେ ପୂର୍ବରୁ ଭୁବନେଶ୍ୱର ଲୋୟର ପିଏମଜିରେ ଏହି ପରେଡ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଯାହାକୁ ଏଥର ପରିବର୍ତ୍ତନ କରାଯାଇ ପ୍ରଦର୍ଶନୀ ପଡ଼ିଆ ରେ କରିବାକୁ ନିଷ୍ପତ୍ତି ହୋଇଛି ।